ବିକ୍ରମ ଲ୍ୟାଣ୍ଡରରୁ ବାହାରି ଚନ୍ଦ୍ରପୃଷ୍ଠରେ ଅବତରଣ କଲା ପ୍ରଜ୍ଞାନ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଇତିହାସ ରଚିଲା ଭାରତ । ଚନ୍ଦ୍ରପୃଷ୍ଠରେ ନାଁ ଲେଖିଲା ଇସ୍ରୋ । ଭାରତର ତୃତୀୟ ମୁନ୍‌ ମିଶନ୍‌ ଚନ୍ଦ୍ରୟାନ-୩କୁ ମିଳିଛି ବିରଳ ସଫଳତା। ଚନ୍ଦ୍ରର ସାଉଥ୍‌ ପୋଲ୍‌ରେ ଚନ୍ଦ୍ରୟାନ-୩ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସଫଳ ହେବା ସହ ୧୪୦ କୋଟି ଭାରତୀୟଙ୍କ ହୃଦୟରେ ଖୁସିର ଲହରି ଖେଳିଯାଇଛି। ଏହି ସଫଳତା ପରେ ବେଙ୍ଗାଲୁରୁସ୍ଥିତ ଇସ୍ରୋ କମାଣ୍ଡ ସେଣ୍ଟରରେ ସ୍ପେସ୍‌ ଏଜେନ୍ସିର ଅଧ୍ୟକ୍ଷ ଏସ୍‌. ସୋମନାଥନ୍‌ ଘୋଷଣା କରିଛନ୍ତି, ଆମେ ଚନ୍ଦ୍ରରେ ସୂକ୍ଷ୍ମାବତରଣ କରିପାରିଛେ। ଭାରତ ଏବେ ଚନ୍ଦ୍ରକୁ ଛୁଇଁଛି। ଇସ୍ରୋ ମୁଖ୍ୟଙ୍କ ଏହି ଘୋଷଣା ସହ ସାମାଜିକ ଗଣମାଧ୍ୟମରେ ଚାରିଆଡ଼ୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି।

ଅବତରଣ କରିବାର ପ୍ରାୟ ଚାରି ଘଣ୍ଟା ପରେ ରୋଭର ପ୍ରଜ୍ଞାନ ବିକ୍ରମ ଲ୍ୟାଣ୍ଡରୁ ବାହାରି ଚନ୍ଦ୍ର ପୃଷ୍ଠରେ ଚାଲିବାକୁ ଲାଗିଛି। ଏହି ସଂପର୍କରେ ଇସ୍ରୋ ଟୁଇଟ୍‌ କରି ରୋଭର ପ୍ରଜ୍ଞାନ ଚନ୍ଦ୍ର ପୃଷ୍ଠରେ ଚାଲିବା ବିଷୟରେ ସୂଚନା ଦେଇଛି। ଇସ୍ରୋ ପକ୍ଷରୁ କୁହାଯାଇଛି ଯେ, ଚନ୍ଦ୍ରୟାନ-୩ ରୋଭର ଭାରତରେ ତିଆରି କରାଯାଇଛି। ଚନ୍ଦ୍ର ପାଇଁ ତିଆରି କରାଯାଇଛି। ରୋଭର ପ୍ରଜ୍ଞାନ ବିକ୍ରମ ଲ୍ୟାଣ୍ଡରୁ ବାହାରି ଚନ୍ଦ୍ର ପୃଷ୍ଠରେ ଚାଲିଛି।

 

Leave A Reply

Your email address will not be published.