ପୁଣି ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶାରେ ଆଉ ଏକ ରେଳ ଦୁର୍ଘଟଣା ଘଟିଛି। ବରଗଡ଼ରେ ଏକ ଟ୍ରେନ ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି। ଡୁଙ୍ଗୁରୀମାଇନସରୁ ବରଗଡ଼ ଆସୁଥିଲା ଟ୍ରେନ୍‌ । ଭଟଲୀ ସମ୍ବରଧରା ପାଖରେ ଟ୍ରେନ୍‌ରଏକାଧିକ ବଗି ଲାଇନଚ୍ୟୁତ ହୋଇଛି। ଟ୍ରେନ୍‌ରେ ଚୂନପଥର ବୋଝେଇ ହୋଇଥିଲା । ଚୂନପଥର ଖଣିରୁ ସିମେଣ୍ଟ କାରଖାନା ଯାଉଥିବା ବେଳେ ଏହି ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହୋଇଛି।

ଟ୍ରେନ ଲାଇନଚ୍ୟୁତ ହେବ ଫଳରେ ଏହାର ୫ ଟି ବଗି ଓଲଟିପଡିଛି । ଚୁନପଥର ଖଣିରୁ ସିମେଣ୍ଟ କାରଖାନାକୁ ଟ୍ରେନ ଯାଉଥିବାବେଳେ ବରଗଡରେ ଲାଇନଚ୍ୟୁତ ହୋଇଯାଇଛି । ଏଥିରେ କେହି ଆହତ ହୋଇନଥିବା ଜଣାପଡ଼ିଛି ।

Leave A Reply

Your email address will not be published.