ଏସସିବିରେ ଟ୍ରେନ ଟ୍ରାଜେଡିର ଆହତଙ୍କୁ ଭେଟିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବାହାନଗା ଟ୍ରେନ ଦୁର୍ଘଟଣାରେ ଚିକିତ୍ସାରତ ଆହତଙ୍କୁ ଏସସିବିରେ ଭେଟିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ସଠିକ ସମୟରେ ଚିକିତ୍ସା ଓ ଆହତମାନଙ୍କ ସହ ଆଲୋଚନା ପରେ ଏସସିବି ମେଡିକାଲର ସମସ୍ତ ଷ୍ଟାଫଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ। ଏତେ ବଡ଼ ଟ୍ରାଜେଡି ସମୟରେ ଏସସିବି ବଡ଼ ମେଡିକାଲରେ ସ୍ୱାସ୍ଥ୍ୟ ସେବା ଦିଗରେ ତତ୍ପରତା ବେଶ ଉଚ୍ଚକୋଟିର। ତେବେ ଏଠାରୁ ଯେଉଁମାନେ ଭଲ ହେବେ ଓ ଡିସଚାର୍ଜ ହେବେ ସେମାନଙ୍କୁ ନିଜ ଗନ୍ତବ୍ୟସ୍ଥଳକୁ ପଠେଇବା ପାଇଁ ଜିଲାପାଳଙ୍କୁ ନିର୍ଦେଶ ଦିଆଯାଇଛି। ଆଉ ଯେଉଁ ଆହତ ବର୍ତ୍ତମାନ ଏସସିବିରେ ଚିକିତ୍ସାରତ ରହିଛନ୍ତି ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ମନ୍ତ୍ରୀ ଶ୍ରୀ ପୂଜାରୀ।

ସୂଚନାଥାଉ କି, ଶୁକ୍ରବାର ବାଲେଶ୍ବର ଜିଲ୍ଲା ବାହାନଗା ଟ୍ରେନ ଟ୍ରାଜେଡିର କାରଣ ଖୋଜା ଚାଲିଛି । ଗ୍ରାଉଣ୍ଡରେ ରେଲେଓ୍ଵ ସେଫ୍‌ଟି କମିଶନର ପହଞ୍ଚି  କେମିତି ଓ କେଉଁ ପରିସ୍ଥିତିରେ ଏତେ ବ଼ଡ଼ ଦୁର୍ଘଟଣା ଘଟିଲା ତାହାର ତଦନ୍ତ କରୁନ୍ତି । ଏପରିକି ଏହା ମନୁଷ୍ୟକୃତ ତ୍ରୁଟି ନା ବୈଷୟିକ ତ୍ରୁଟି ସେ ଦିଗକୁ ନେଇ ମଧ୍ୟ ଖୋଳତାଡା ଚାଲିଛି ।  ଅନ୍ୟପକ୍ଷେ ଦୋଷୀଙ୍କୁ କଡାରୁ କଡା ଦଣ୍ଡ ଦିଆଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Leave A Reply

Your email address will not be published.