ରୁଷିଆ ଆକାଶ ପଥରେ ବିପଦ; ମସ୍କୋକୁ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇ ଏୟାର ଇଣ୍ଡିଆ

0

ଆଜି ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ୪୩ ତମ ଦିନ। ଏହି ସମୟରେ ଏୟାର ଇଣ୍ଡିଆ ମସ୍କୋକୁ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଛି। ଏପର୍ଯ୍ୟନ୍ତ ଗୋଟିଏ ସପ୍ତାହରେ ଦୁଇଟି ବିମାନ ମସ୍କୋକୁ ଉଡୁଥିଲା। ସୂଚନାନୁସାରେ, ରୁଷିଆର ଆକାଶରେ ବିପଦକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ସମସ୍ତ ଯାତ୍ରୀଙ୍କୁ ମନି ରିଫଣ୍ଡ କରିବ ବୋଲି ଏୟାର ଇଣ୍ଡିଆ ରୁଷ ଦୂତାବାସକୁ ସୂଚନା ଦେଇଛି। ଏହି ନିଷ୍ପତ୍ତି ପରେ ଏୟାର ଇଣ୍ଡିଆ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଉତ୍ତର ଦେଇନାହିଁ।

କୁହାଯାଉଛି ଯେ ଋଷର ଆକାଶରେ ଏବଂ ଏହାର ଆଖପାଖରେ ଘଟୁଥିବା କାର୍ଯ୍ୟକଳାପ ହେତୁ ଅନ୍ତର୍ଜାତୀୟ ବୀମା କମ୍ପାନୀଗୁଡିକ ବିମାନ ଉଡାଣ ସମୟରେ ବିମାନରେ ବୀମା ଦେବାକୁ ମନା କରି ଦେଇଛନ୍ତି, ସେଥିପାଇଁ ଏୟାର ଇଣ୍ଡିଆ ମସ୍କୋ ବିମାନ ବନ୍ଦ କରି ଦେଇଛି। ଏଯାବତ୍ ଏୟାର ଇଣ୍ଡିଆର ଦୁଇଟି ବିମାନ ଏକ ସପ୍ତାହ ମଧ୍ୟରେ ଦିଲ୍ଲୀରୁ ମସ୍କୋ ଅଭିମୁଖେ ଯାଉଥିଲା।

Leave A Reply

Your email address will not be published.