ନୂଆଦିଲ୍ଲ(ଓଡ଼ିଆ ନ୍ୟୁଜ୍): ବଲିଉଡର ପପୁଲାର ଆକ୍ଟର ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଉଭୟ ମଡେଲିଂ ଏବଂ ଅଭିନୟ ପାଇଁ ସାରା ବିଶ୍ୱରେ ବେଶ୍ ପରିଚିତ। ପୂର୍ବରୁ ସେ ଜଣେ ଭଲ ମଡେଲର ଥିଲେ । ତେବେ ସେ କେମିତି ମଡେଲିଂ କରୁଥିଲେ ସେହି ଦିନଗୁଡ଼ିକର କିଛି ଫଟୋ ଝଏଈଝଜ ମହାରାଷ୍ଟ୍ର ତାର ଟ୍ୱିଟର ପେଜ୍ରେ ସେୟାର କରିଛି। ଫଟୋରେ ସେ ବହୁତ ସୁନ୍ଦର ଏବଂ ଗ୍ରେସଫୁଲ୍ ଦେଖାଯାଉଛନ୍ତି। ଫଟୋରେ ଦେକାଯାଉଥଇବା ଐଶ୍ୱର୍ଯ୍ୟା ୩୦ ବର୍ଷ ପୂର୍ବ ଏମିତି ଦିଶୁଥିଲେ । ଯେଉଁ ଫଟୋରେ ସେ ସୋନାଲି ବେନ୍ଦ୍ରେ, ତେଜସ୍ୱିନୀ କୋଲହାପୁରେ ଏବଂ ଅନ୍ୟମାନଙ୍କ ସହିତ ଫ୍ୟାଶନ୍ କାଟାଲଗ୍ସରେ ନଜର ଆସିଛନ୍ତି। ୧୫୦୦ ଟଙ୍କା ବିଲ୍ ସହିତ ସୁଟ୍ର ଫଟୋ ଅନଲାଇନରେ ସେୟାର କରାଯାଇଛି। ସେତେବେଳକୁ ଐଶ୍ୱର୍ଯ୍ୟାଙ୍କୁ ହୋଇଥିଲା ୧୮ ବର୍ଷ । ସେତେବେଳେ ସେ କୃପା କ୍ରିଏସନ୍ସ ନାମକ ଏକ ଫର୍ମ ପାଇଁ ମଡେଲିଂ କରିଥିଲେ।
ଏଠାରେ କହିରଖୁ କି, ଏହାର ଦୁଇ ବର୍ଷ ପରେ, ଐଶ୍ୱର୍ଯ୍ୟା ୧୯୯୪ ରେ ମିସ୍ ୱାର୍ଲ୍ଡ ଟାଇଟଲ୍ ଜିତିଥିଲେ। ଏହି ବିଜୟ ତାଙ୍କୁ ବିଶ୍ୱବ୍ୟାପୀ ଖ୍ୟାତି ଆଣି ଦେବା ସହ ବଲିଉଡରେ ଏକ ସଫଳ କ୍ୟାରିଅରର ଆରମ୍ଭ କରିଥିଲା।