ଓଡ଼ିଆ ନ୍ୟୁଜ୍: ଆସନ୍ତାକାଲି ଠାରୁ ବସିବାକୁ ଯାଉଛି ବିଧାନସଭାର ଶୀତ ଅଧିବେଶନ। ସେଥିପାଇଁ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଁଚିଛି। ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭାରେ ରାଷ୍ଟ୍ରପତି ରଖିବାକୁ ଯାଉଛନ୍ତି ଅଭିଭାଷଣ । ଯାହାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା ଆପଣା ଯାଇଛି । ବିଧାନସଭା ସୁରୁଖୁରୁରେ ଚାଲିବା ପାଇଁ ଆଜି ବାଚସ୍ପତି ସର୍ବାଦଳୀୟ ବୈଠକ ଡାକିଥିଲେ।
ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ତାଙ୍କ ଚାମ୍ବରରେ ମଧ୍ୟାହ୍ନରେ ଅନୁଷ୍ଠିତ ହୋଇଛି ବୈଠକ । ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ, ଆଇନ ମନ୍ତ୍ରୀ, ସରକାରୀ ଦଳ ମୁଖ୍ୟ ସଚେତକ, ବରିଷ୍ଠ ବିଧାୟକ, ବିରୋଧୀ ଦଳ ମୁଖ୍ୟ ସଚେତକ ଓ କଂଗ୍ରେସ ବିଧାୟକ ଦଳ ନେତା ହେଲେ ସାମିଲ।