ଓଡ଼ିଆ ନ୍ୟୁଜ୍: ଥମୁନି ‘ଆମ ବସ୍’ ଆତଙ୍କ। ପୁଣି ଆଉ ଜଣକ ମୁଣ୍ଡ ନେଲା ‘ଆମ ବସ୍’। ଆଜି ସନ୍ଧ୍ୟା ରେ ଭୁନେଶ୍ୱର କୋଳଥିଆରେ ‘ମୋ ବସ୍’ ଧକ୍କାରେ ଯାଇଛି ଜଣେ ବୃଦ୍ଧଙ୍କ ଜୀବନ। ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ ବୃଦ୍ଧ ଜଣକ ନିଜ ସାଇକେଲ ଯୋଗେ ଯାଉଥିବାବଳେ ଧକ୍କା ଦେଇଥିଲା ‘ଆମ ବସ୍’।
ଖାଲି ଧକ୍କା ତ’ ଦେଇନଥିଲା, ଧକ୍କା ପରେ ବୃଦ୍ଧ ଜଣକୁ ଘୋଷାଡ଼ି ଘୋଷାଡ଼ି ନେଇଯାଇଥିଲା ବସ୍। ଯେଉଁଥିରେ ବୃଦ୍ଧଙ୍କ ଗୋଡ଼ ଶରୀରୁ ଅଲଗା ହୋଇଯାଇଥିଲା। ତେବେ ଘଟଣାକୁ ନେଇ ଉତ୍ୟକ୍ତ ଲୋକେ ‘ଆମ ବସ୍’ ଭଙ୍ଗାରୁଜା କରିବା ସହ କ୍ଷତିପୂରଣ ଦାବି କରିଛନ୍ତି। ଅବଶ୍ୟ ପୋଲିସର ବୁଝାସୁଝା ପରେ ଉତ୍ତେଜନା ଥମିଛି।