ଆମ ବସ୍’ ଦୁର୍ଘଟଣା ଘଟାଇବା ପରେ ଯାଞ୍ଚ କଡ଼ାକଡ଼ି

0

ଓଡ଼ିଆ ନ୍ୟୁଜ୍: ଆମ ବସ୍’ ଦୁର୍ଘଟଣା ଘଟାଇବା ପରେ ଯାଞ୍ଚ କଡ଼ାକଡ଼ି। ବିଭିନ୍ନ ଥାନା ଅଞ୍ଚଳରେ କମିଶନରେଟ୍‌ ପୋଲିସ ପକ୍ଷରୁ ଯାଞ୍ଚ। ବ୍ରେଥ୍‌ ଆନାଲାଇଜର ଜରିଆରେ ମଦ୍ୟପାନ କରିଛନ୍ତି ନା ନାହିଁ ଯାଞ୍ଚ।କ୍ରମାଗତ ‘ଆମ ବସ୍’ ଦୁର୍ଘଟଣା ପରେ ଚେତିଲା ପରିବହନ ବିଭାଗ। ବସ୍‌ ଫିଟନେସ୍, ଚାଳକ ସ୍ଥିତି ଓ ସଡ଼କ ସୁରକ୍ଷା ନିୟମର ଯାଞ୍ଚ। ପରିବହନ କମିଶନର ଅମିତାଭ ଠାକୁରଙ୍କ ନେତୃତ୍ୱରେ ଟିମ୍ ଗଠନ। ମାଷ୍ଟରକ୍ୟାଣ୍ଟିନ ଡିପୋରେ ସ୍ଵତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍‌ର ଯାଞ୍ଚ। ଡିପୋ ବାହାରେ ପୋଲିସ ପକ୍ଷରୁ ବ୍ରେଥ ଆନାଲାଇଜର ଜରିଆରେ ଯାଞ୍ଚ। ସେପଟେ ଭୁବନେଶ୍ବରରେ ‘ଆମ ବସ୍‌’ ଦୁର୍ଘଟଣାକୁ ନେଇ ରାଉରକେଲାରେ ତତ୍ପରତା। ପରିବହନ ବିଭାଗ ପକ୍ଷରୁ ରାଉରକେଲାର ବିଭିନ୍ନ ସ୍ଥାନରେ ଯାଞ୍ଚ କଡ଼ାକଡ଼ି। ୩ଟି ଟିମ୍‌ରେ ବିଭକ୍ତ ହୋଇ ଯାଞ୍ଚ କରୁଛନ୍ତି ପରବହନ କର୍ମଚାରୀ। ଡ୍ରାଇଭର ଲାଇସେନ୍ସ, ଗାଡ଼ି ଫିଟନେସ୍‌, ମଦ୍ୟପାନ ଆଦି ନେଇ ଯାଞ୍ଚ। ରାଉରକେଲାରେ ଚାଲୁଥିବା ସମସ୍ତ ୧୧୦ ବସ୍‌କୁ ଯାଞ୍ଚ ନିଷ୍ପତ୍ତି।

ଅନ୍ୟପଟେ ଟ୍ରାନ୍ସପୋର୍ଟ କମିଶନର ଭୁବନେଶ୍ୱର ମଧ୍ୟରେ ଚାଲୁଥିବା ସମସ୍ତ ଆମ ବସ୍କୁ ଚେକିଂ ଆରମ୍ଭ କରିଛନ୍ତି । ପ୍ରଥମେ ମାଷ୍ଟରକ୍ୟାଣ୍ଟିନ ଠାରୁ ରାମ ମନ୍ଦିର ରାସ୍ତାରେ ଯାଉଥିବା ଆମ ବସ୍ ଚେକିଂ କରାଯାଇଛି । କୌଣସି ଭୁଲ୍ ପରିଲକ୍ଷିତ ହେଲେ ସେହି ଗାଡି ସହ ଡ୍ରାଇଭରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏ ନେଇ ଟ୍ରାନ୍ସପୋର୍ଟ କମିଶନ ଅମିତାଭ ଠାକେର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.