ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭୂକମ୍ପରେ ଥରିଲା ଆମେରିକା । ଏଲ ସାଲଭାଡୋର ଉପକୂଳବର୍ତ୍ତୀ ପ୍ରଶାନ୍ତମହାସାଗରରେ ଭୂ-କମ୍ପ ଅନୁଭୂତ ହୋଇଛି। ଭୂ-କମ୍ପର ତୀବ୍ରତା ରିକ୍ଟର ସ୍କେଲରେ ରହିଛି ୬.୫। ଏହି ଭୂ-କମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ଏହା ନିକାରାଗୁଆ ଠାରୁ ଗ୍ବଟେମାଲା ପର୍ୟ୍ୟନ୍ତ କେନ୍ଦ୍ରୀୟ ଆମେରିକାର ଅଧିକାଂଶ ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଛି।
ଏଲ ସାଲଭାଡୋର ଇଣ୍ଟିପୁକାର ଦକ୍ଷିଣରୁ ୨୭ କିଲୋମିଟର ଦୂରରେ ଏହି ଭୂ-କମ୍ପର କେନ୍ଦ୍ରସ୍ଥଳ ରହିଛି। ତେବେ ଏଯାଏ କାହାର ମୃତାହତ ସୂଚନା ମିଳିପାରିନାହିଁ। କିଛି ଦିନ ତଳେ ଆମେରିକାର ଆଲାସ୍କାରେ ବଡ଼ ଭୂମିକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୭.୪। ଭୂମିକମ୍ପ ପରେ କିଛି ଅଞ୍ଚଳରେ ସୁନାମି ଆଲର୍ଟ ଜାରି କରାଯାଇଥିଲା। କ୍ଷୟକ୍ଷତିର ପାରିମାଣ ଏପର୍ଯ୍ୟନ୍ତ କିଛି ମିଳିପାରିନାହିଁ ।