ଆମୋନିଆ ଗ୍ୟାସ ଲିକ୍, ୪ ଶ୍ରମିକ ଅସୁସ୍ଥ

0

ଓଡ଼ିଆ ନ୍ୟୁଜ୍: ଲକ୍ ଥାନା ପାରାଦୀପଗଡ଼ ପ୍ଲାଣ୍ଟ୍‌ରେ ଅଘଟଣ। ଆଇସ୍‌ ପ୍ଲାଣ୍ଟ୍‌ରେ ଆମୋନିଆ ଗ୍ୟାସ୍‌ ଲିକ୍‌ 4 ଅସୁସ୍ଥ।କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା। ପାରାଦୀପ ଆଇସ ପ୍ଲାଣ୍ଟରେ ଆମୋନିଆ ଗ୍ୟାସ ଲିକ୍ । ଶ୍ୱାସରୁଦ୍ଧ ହୋଇ ୪ ଜଣ ଶ୍ରମିକ ଅସୁସ୍ଥ । ପାରାଦୀପଗଡ ଶିଳ୍ପାଞ୍ଚଳରେ ଥିବା ପାରାଦୀପ ଆଇସ ପ୍ଲାଣ୍ଟରେ ଆମୋନିଆ ଗ୍ୟାସ ଲିକହୋଇଥିବା ସୂଚନା ମିଳିଛି । ସିଲିଣ୍ଡରରୁ କିଛି ସମୟ ପାଇଁ ହୋଇଥିଲା ଗ୍ୟାସ ଲିକ ।

ଫଳରେ ଆଖପାଖ ଲୋକେ ଭୟଭୀତ ହୋଇପଡିଥିଲେ । ସେହି ପ୍ଲାଣ୍ଟରେ କାର୍ଯ୍ୟରତ ୪ ଜଣ ଶ୍ରମିକ କିଛି ସମୟ ପାଇଁ ଅଣନିଃଶ୍ୱାସୀ ହୋଇପଡିଥିଲେ ବୋଲି ଜାଣିବାକୁ ମିଳିଛି । ଖବର ପାଇ ପାରାଦୀପ ଲକ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । କୁଜଙ୍ଗରୁ ଦମକଳ ବାହିନୀ ପହଞ୍ଚି ଆଇସ ପ୍ଲାଣ୍ଟ ଓ ଆଖପାଖରେ ପାଣି ସିଞ୍ଚନ କରିଛନ୍ତି ।

Leave A Reply

Your email address will not be published.