ଓଡ଼ିଆ ନ୍ୟୁଜ, ଭୁବନେଶ୍ୱର : ସୁପରଷ୍ଟାର ରଜନୀକାନ୍ତଙ୍କର ନୂଆ ଫିଲ୍ମ ‘ଆଲାଇଭର ୧୭୦’ରେ ଏଟ୍ରିଂ କରିଛନ୍ତି ନିଲେନିଅର ଷ୍ଟାର ଅମିତାଭ ବଚ୍ଚନ । ଦୀର୍ଘ ୩୨ ବର୍ଷ ପରେ ଅମିତାଭ ବଚ୍ଚନ ଏବଂ ରଜନୀକାନ୍ତଙ୍କୁ ଏକାଠି ଦେଖିବାକୁ ମିଳିବ । ଦୁହେଁ ଏକାଠି ହମ୍, ଅନ୍ଧା କାନନ, ଗିରଫତାର ଭଳି ଚଳଚିତ୍ରରେ ନଜର ଆସିଛନ୍ତି । ଶେଷଥର ପାଇଁ ୧୯୯୧ରେ ଦୁହେଁ ‘ହମ୍’ ଫିଲ୍ମରେ ଅଭିନୟ କରିଥିଲେ । ରଜନୀକାନ୍ତ ଓ ଅମିତାଭ ବଚ୍ଚନଙ୍କ ଫ୍ୟାନ୍ସଙ୍କର ଦୀର୍ଘ ଦିନର ପ୍ରତୀକ୍ଷାର ହେବାକୁ ଯାଉଛି ।
ତାମିଲ ଫିଲ୍ମରେ ଏହା ଅମିତାଭଙ୍କର ଡେଭୁ୍ୟ ହେବାକୁ ଯାଉଛି । ଲାଇକା ପ୍ରଡକ୍ସନ ଦ୍ୱାରା ପ୍ର ଯୋଜିତ ତଥା ‘ଜୟ ଭୀମ’ ଫେମ୍ ଟିଜେ ଜ୍ଞାନଭେଲଙ୍କ ନଦେ୍ର୍ଦଶିତ ଏହି ଫିଲ୍ମରେ ଫହାଦ ଫାଡିଲ,ବାହୁବଲୀ ଫେମ୍ ରାଣା ଡଗୁବତୀ, ମଞ୍ଜୁ ୱାରିଅର , ଦୁଶାରା ବିଜୟନ ଓ ରିଙ୍କୁ ସିଂ ପ୍ରମୁଖ ମଧ୍ୟ ଅଭିନୟ କରିଛନ୍ତି । ଏହି ଖବର ଫିଲ୍ମର ପ୍ରଡକ୍ସନ ହାଉସର ଅଫିସିଆଲ ସୋସିଆଲ ମିଡିଆ ଆକାଉଟଂରୁ ଦିଆଯାଇଛି । ଆଉ ଲେଖାଯାଇଛି ଭାରତୀୟ ସିନେମାର ଶେହେନଶାହାଙ୍କୁ ସ୍ୱାଗତ । ରଜନୀକାନ୍ତ ତାଙ୍କ ଫିଲ୍ମ ଜେଲରର ରିଲିଜ ପରେ ଏବେ ଫିଲ୍ମ ଲାଲ ସଲାମରେ ଶୁଟିଂ କରୁଛନ୍ତି । ଏହାପରେ ସେ ‘ଥଲାଇଭର’ ର ଶୁଟିଂ ଆରମ୍ଭ କରିବେ । ଏହା ରଜନୀକାନ୍ତଙ୍କ କ୍ୟାରିୟରର ୧୭୦ ତମ ଚଳଚିତ୍ର ହେବ ।
ତେଣୁ ଏହାର ନାମ ‘ଆଲାଇଭାର ୧୭୦’ ରଖାଯାଇଛି । ଏହି ଚଳଚିତ୍ରରେ ଟଲିଉଡର ଭେଟେରାନ ଆକ୍ଟର ସୂରୟା ଙ୍କ ୧୫ ମିନିଟର ଏକ କ୍ୟାମିଓ ରୋଲ ମଧ୍ୟ ଦେଖିବାକୁ ମିଳିବ । ସୂରୟାଙ୍କ କ୍ୟାମିଓ ରୋଲ ଖବର ପାଇବା ପରେ ଦର୍ଶକମାନେ ଉସôାହର ସହ ଏହି ଫିଲ୍ମକୁ ଅପେକ୍ଷା କରିଛନ୍ତି । ତଆପି ସୂରୟା ଙ୍କ ଭୂମିକାକୁ ନେଇ କୌଣସି କନ୍ଫରମେସନ ହୋଇନାହିଁ । ରଜନୀକାନ୍ତ ଏହି ଫିଲ୍ମରେ ନ୍ୟାୟ ପାଇଁ ଲଢୁଥିବା ବ୍ୟକ୍ତି ଚରିତ୍ରରେ ନଜର ଆସିବେ । ଏହା ଏକ ରିୟଲ ଘଟଣା ଉପରେ ଆଧାରିତ ବୋଲି କୁହାଯାଉଛି । ଏଥିସହିତ ଅନିରୁଦ୍ଧ ରବିଚାନ୍ଦର ଫିଲ୍ମରେ ସଙ୍ଗୀତ ଦେଇଛନ୍ତି । ରିପୋର୍ଟ ଅନୁଯାୟୀ ଏହି ଫିଲ୍ମ ୨୦୨୪ ସୁଧା ସିନେମା ହଲରେ ମୁକ୍ତି ଲାଭ କରିବ ।