ଇସ୍ରାଏଲ ଗସ୍ତରେ ବାଇଡେନ

0

ଓଡ଼ିଆ ନ୍ୟୁଜ, ଆମେରିକା : ପାଲେଷ୍ଟାଇନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ, ଆସନ୍ତାକାଲି ଇସ୍ରାଏଲ ଗସ୍ତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଆମେରିକା ରାଷ୍ଟ୍ରପତିଙ୍କୁ ଇସ୍ରାଏଲ ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ଫୋନ ଯୋଗେ ବାଇଡେନଙ୍କ ସହ ଆଲୋଚନା ବେଳେ ତାଙ୍କୁ ଇସ୍ରାଏଲ ଆସିବାକୁ କହିଥିଲେ ନେତାନ୍ୟାହୁ ।

ଏହା ପରେ ଆସନ୍ତାକାଲି ବାଇଡେନ୍ ଇସ୍ରାଏଲ ଯିବେ ବୋଲି ଜଣାପଡ଼ିଛି । ଏହାରି ଭିତରେ ଇସ୍ରାଏଲ- ହମାସ ଯୁଦ୍ଧ ଆଜି ୧୧ ଦିନରେ ପହଞ୍ଚିଛି । ଗାଜାରେ ହମାସ୍ ଆତଙ୍କବାଦୀଙ୍କୁ ଆକ୍ରମଣ କରିବା ପାଇଁ ଇସ୍ରାଏଲ ସେନା ଯେ କୌଣସି ସମୟରେ ବିଶାଳ ଯୁଦ୍ଧ ଅଭିଯାନ ଆରମ୍ଭ ପାଇଁ ପ୍ରସ୍ତୁତ ରହିଛି । ଏଥିପାଇଁ ନାଗରିକମାନଙ୍କୁ ଯୁଦ୍ଧକାଳୀନ ଭିତିରେ ଗାଜା ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି ।ହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇଛନ୍ତି ।

କହିଛନ୍ତି, ଗାଜାକୁ ପୁନଃ ନିୟନ୍ତ୍ରଣ କରିବା ଇସ୍ରାଏଲ ପାଇଁ ବଡ଼ ଭୁଲ ହେବ । ହେଲେ ସେହି ଅଞ୍ଚଳରୁ ଆତଙ୍କବାଦକୁ ହଟାଇବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଏଥିସହ ଇସ୍ରାଏଲ ଯୁଦ୍ଧର ନିୟମ ଅଧିନରେ କାର୍ୟ୍ୟ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ।

Leave A Reply

Your email address will not be published.