ପୁଣି ମୋଦିଙ୍କୁ ନେଇ ଏମିତି କହିଲେ ରାହୁଲ ଗାନ୍ଧି

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି। ୩ଟି ସହର ଗସ୍ତରେ ଥିବା ରାହୁଲ ଆମେରିକାରେ ମଙ୍ଗଳବାର ପହଞ୍ଚିଥିଲେ। ବୁଧବାର ଦିନ ପ୍ରଥମାର୍ଦ୍ଧ ସେ ସିଲିକନ ଭାଲିର ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କ ସହ କଟାଇଥିଲେ। ଏହି ଉଦ୍ୟୋଗୀମାନେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (କୃତ୍ରିମ ମେଧା) ଏବଂ ଅନ୍ୟ ଅତ୍ୟାଧୁନିକ ପ୍ରଯୁକ୍ତି କ୍ଷେତ୍ରରେ ସଂପୂର୍ଣ୍ଣ ନୂଆ କାର୍ଯ୍ୟ କରିଛନ୍ତି। ଏଆଇ, ବିଗ୍‌ ଡାଟା, ମେସିନ୍‌ ଲର୍ଣ୍ଣିଂର ବିଭିନ୍ନ ଦିଗ ସହିତ ଶାସନ ବ୍ୟବସ୍ଥା, ସାମାଜିକ ମଙ୍ଗଳ ପଦକ୍ଷେପ ଉପରେ ଏସବୁର ପ୍ରଭାବ ଆଦି ଉପରେ ସେ ଆଲୋଚନା କରିଥିଲେ। ଏଥିସହିତ ସେ ଡାଟାକୁ ବର୍ତ୍ତମାନ ଯୁଗର ସୁନା ବୋଲି ସେ ବର୍ଣ୍ଣନା କରିଥିଲେ। ଭାରତ ଭଳି ଦେଶ ଏହାର ବାସ୍ତବ ସାମର୍ଥ୍ୟ ସଂପର୍କରେ ଅନୁଭବ କଲେଣି ବୋଲି କହିଥିଲେ।

ସେ କହିଛନ୍ତି ତାଙ୍କ ଫୋନ୍ ଟ୍ୟାପ୍ ହେଉଛି। ଏ ବିଷୟ ବି ସେ ଜାଣିଛନ୍ତି। କିନ୍ତୁ ଏହାକୁ ନେଇ ସେ ଚିନ୍ତିତ ନୁହନ୍ତି।

ଏହା ସହ ସେ ଡାଟା ସୁରକ୍ଷା ଏବଂ ନିରପତ୍ତା ପାଇଁ ଉପଯୁକ୍ତ ନିୟମ ପ୍ରସ୍ତୁତ କରିବାର ଆବଶ୍ୟକତା ସଂପର୍କରେ ସେ ମତ ରଖିଥିଲେ। ପେଗାସସ୍ ସ୍ପାଏୱେର ଏବଂ ଏ ଧରଣର ଗୁଇନ୍ଦା ପ୍ରଯୁକ୍ତି ଉପରେ ରାହୁଲ ଶ୍ରୋତାମାନଙ୍କୁ କହିଥିଲେ ଯେ ସେ ଏ ନେଇ ଚିନ୍ତିତ ନୁହନ୍ତି। ଗୋଟିଏ ସମୟରେ ସେ ଜାଣି ପାରିଥିଲେ ଯେ ତାଙ୍କ ଫୋନ୍ ଟ୍ୟାପିଂ ହେଉଛି। ଏଥିସହିତ ସେ ତାଙ୍କ ଆଇଫୋନରେ ମଜାରେ ହେଲୋ! ମିଃ ମୋଦୀ! କହିଥିଲେ।

ସେ ଭାବୁଛନ୍ତି ଯେ ତାଙ୍କ ଆଇଫୋନ ଟ୍ୟାପ ହେଉଥିଲା। ଏକ ଦେଶ ଏବଂ ବ୍ୟକ୍ତିଭାବେ ଡାଟା ଗୋପନୀୟତା ନେଇ ସ୍ପଷ୍ଟ ନିୟମ ରହିବା ଉଚିତ। ଯଦି ଗୋଟିଏ ଦେଶ ଚାହିବ ଜଣଙ୍କ ଫୋନ ଟ୍ୟାପ୍‌ କରିବ, କେହି ତାହାକୁ ଅଟକାଇ ପାରିବେ ନାହିଁ। ଯଦି ଦେଶ ଫୋନ ଟ୍ୟାପିଂ ପାଇଁ ଆଗ୍ରହ ଦେଖାଏ ତାହେଲେ ଏହା ବିରୋଧରେ ଲଢ଼େଇ କରିବାର ବି କିଛି ଅର୍ଥ ନାହିଁ। ମୁଁ ଯାହା କରୁଛି ସରକାରଙ୍କୁ ତାହା ଉପଲବ୍ଧ ହେଉଛି ବୋଲି ରାହୁଲ ଦାବି କରିଥିଲେ। ରାହୁଲଙ୍କ ସହିତ ଇଣ୍ଡିଆନ ଓଭରସିଜ୍ କଂଗ୍ରେସର ଅଧ୍ୟକ୍ଷ ସାମ୍‌ ପିଟ୍ରୋଡ଼ା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.