ପୁଣି ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପୁଣି ଚର୍ଚ୍ଚାରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ । ସମାଜବାଦୀ ପାର୍ଟି ନେତା ସ୍ବାମୀ ପ୍ରସାଦ ମୌର୍ୟ୍ୟ ବଦ୍ରିନାଥ ଧାମ ମନ୍ଦିରକୁ ନେଇ ଦେଇଥିବା ବୟାନ ଏବେ ବିବାଦ ଘେରକୁ ଚାଲି ଆସିଛି। ଭାଜପା ପରେ ବହୁଜନ ସମାଜ ପାର୍ଟି(ବିଏସପି) ସୁପ୍ରିମୋ ମାୟାବତୀ ମଧ୍ୟ ମୌର୍ୟ୍ୟଙ୍କ ବିବୃତ୍ତିକୁ ନିନ୍ଦା କରିଛନ୍ତି। ପ୍ରକାଶ ଥାଉକି, ବିରୋଧ ପରେ ମଧ୍ୟ ସ୍ବାମୀ ପ୍ରସାଦ ମୌର୍ୟ୍ୟ ଏହି ବୟାନ ଉପରେ ନରମ ପଡୁ ନାହାନ୍ତି ଏବଂ ବର୍ତ୍ତମାନ ସମାନ ପ୍ରସଙ୍ଗରେ ଏକ ନୂଆ ବୟାନ ଦେଇଛନ୍ତି।

ସେ ରବିବାର କହିଛନ୍ତି ଯେ ପ୍ରତ୍ୟେକ ମସଜିଦରେ ମନ୍ଦିର ଖୋଜିବାର ପରମ୍ପରା ଭାଜପାକୁ ମହଙ୍ଗା ପଡିବ। ଯଦି ସେମାନେ ଏହା କରନ୍ତି, ତେବେ ଲୋକମାନେ ପ୍ରତ୍ୟେକ ମନ୍ଦିରରେ ବୈଦ୍ଧ ମଠ ଖୋଜିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଐତିହାସିକ ପ୍ରମାଣ, ତଥ୍ୟ ଏବଂ ସାକ୍ଷୀମଧ୍ୟରେ ଯେତେବି ହିନ୍ଦୁ ତୀର୍ଥସ୍ଥାନ ନିର୍ମାଣ କରାଯାଇଛି ସବୁଗୁଡିକ ବୈଦ୍ଧ ମଠ ଉପରେ ନିର୍ମାଣ କରାଯାଇଛି।

Leave A Reply

Your email address will not be published.