ସୃଷ୍ଟି ହେଲା ପୁଣି ଆଉ ଏକ ଲଘୁଚାପ, ସୃଷ୍ଟି ହୋଇ ପାରେ ବନ୍ୟା ପରିସ୍ଥିତି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ସୃଷ୍ଟି ହେଲା ପୁଣି ଆଉ ଏକ ଲଘୁଚାପ ।୧୨ ଘଣ୍ଟା ମଧ୍ୟରେ ସୁଦୃଶଃ ଲଘୁଚାପ ଏବଂ ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତ ରେ ପରିଣତ ହେବା ସମ୍ଭାବନା । ଲଘୁଚାପ ପ୍ରଭାବରେ ଲାଗି ରହିଛି ଲଗାନ ବର୍ଷା। ପବନ ର ଗତି ମଧ୍ଯ ଧୀରେ ଧୀରେ ବଢୁଛି। ହୀରାକୁଦ ର 28ଟି ଗେଟ୍ ଖୋଲାଯାଇଥିବାରୁ ନଦୀରେ ଜଳସ୍ତର ବଢିବାରେ ଲାଗିଛି । ଦୟା ନଦୀ କୂଳରେ ଥିବା ଚାଷୀ ଆଶଙ୍କାରେ। ପ୍ରତିବର୍ଷ ବଢ଼ି ପାଣିରେ ବୁଡି ଯାଏ ଚାଷ ଜମି। ଚଳିତ ବର୍ଷ ଗୋଟେ ପରେ ଗୋଟେ ଲଘୁଚାପ ଫଲରେ ବାଇଗଣ, ଧାନ, ଜହ୍ନି, ଭେଣ୍ଡି, ପୋଟଳ ବିଲ ରେ ଆଣ୍ଠୁଏ ପାଣି । ଚିନ୍ତାରେ ଚାଷୀ । ପରିବା ନଷ୍ଟ ଓ କ୍ଷତି ହେବାରୁ ପରିବା ଦର୍ ମଧ୍ୟ ଆକାଶ ଛୁଆଁ ହେଇପାରେ ।

ସେପଟେ ଏଭଳି ବର୍ଷାକୁ ନେଇ  ମହାନଦୀରେ ସ୍ୱଳ୍ପ ଧରଣର ବନ୍ୟା ଆଶଙ୍କା କ୍ରାଜୈଚ୍ । ଯଦି ଉପର ମୁଣ୍ଡରେ ଅର୍ଥାତ ଛତିଶଗଡ଼ରେ ବର୍ଷା ଲାଗି ରହେ ଏବଂ ଓଡ଼ିଶାରେ ବି ଏହି ଭଳି ବର୍ଷା ଜାରି ରୁହେ । ତେବେ ମହାନଦୀରେ ସ୍ୱଳ୍ପ ଧରଣର ବନ୍ୟା ଆସିପାରେ। ଆସନ୍ତା କାଲି ସକାଳ 8 ଟା ବେଳେ ମୁଣ୍ଡଳୀ ଦେଇ 6 ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରିବ । ସେପଟେ ଛତିଶଗଡ଼ରେ ପ୍ରବଳ ବର୍ଷା ହେଉଥିବାରୁ ତାଙ୍କର ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ହୀରାକୁଦର ଅଧିକ ଗେଟ ଖୋଲିବା ନେଇ ଚାପ ପକାଉଛନ୍ତି । ସ୍ଥିତି ଦେଖି ଆମେ ହୀରାକୁଦ ଗେଟ ଖୋଲିବ ବୋଲି ତାଙ୍କୁ କହିଛୁ । ବର୍ତ୍ତମାନ ସୁଦ୍ଧା ହୀରାକୁଦରେ 24ଟି ଗେଟ ଖୋଲାଯାଇଥିବା ବେଳେ ଆଗକୁ ଏହା ବଢ଼ିପାରେ । ସେହିପରି ବୈତରଣୀ ଓ ଜଳକା ନଦୀରେ ଜଳ ସ୍ତର ବଢିବାରେ ଲାଗିଛି । ସ୍ଥିତି ଉପରେ ତିକ୍ଷଣ ନଜର ରଖାଯାଇଛି । ସମସ୍ତ ଅଧିକାରୀଙ୍କୁ ଆଲର୍ଟ ମୋଡ଼ରେ ରଖାଯାଇଛି। ଦୁର୍ବଳ ନଦୀ ବନ୍ଧ ଉପରେ କଡାକଡି ଭାବେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 

Leave A Reply

Your email address will not be published.