ଓଡ଼ିଆ ନ୍ୟୁଜ୍: ପୁରୀର ଶରଧାବାଲିରେ ଘଟିଥିବା ଦଳାଚକଟା ଘଟଣାର ତଦନ୍ତ ପାଇଁ ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗ ଜନସାଧାରଣଙ୍କଠାରୁ ସହଯୋଗ ମାଗିଛନ୍ତି। ସେ ଅପିଲ କରିଛନ୍ତି ଯେ, ଦଳାଚକଟା ସମୟରେ କୌଣସି ଭିଡିଓ କିମ୍ବା ତଥ୍ୟ ଥିଲେ ତାହା ତଦନ୍ତ କାର୍ଯ୍ୟକୁ ସହାୟକ ହେବ। ଅନୁ ଗର୍ଗ କହିଛନ୍ତି, “ଅନେକ ଲୋକ ଦଳାଚକଟା ସମୟରେ ଭିଡିଓ କରିଥିଲେ। ସେଥିରୁ ଯାହା ଥାଏ ଆମକୁ ଦିଅନ୍ତୁ।”
ତଦନ୍ତକାରୀ ଅଧିକାରୀଙ୍କ କହିବା ଅନୁସାରେ, ଭିଡିଓ କିମ୍ବା ତଥ୍ୟ puritragedy.inquiry@odisha.gov.in ମେଲ୍ରେ ପଠାଇହେବ। ଯଦି କେହି ନିଜେ ଭେଟି ତଥ୍ୟ ଦେବାକୁ ଚାହାନ୍ତି, ସେମାନେ ଭୁବନେଶ୍ବରର ରାଜ୍ୟ ଅତିଥି ଭବନ କିମ୍ବା ପୁରୀର ସ୍ପେଶାଲ୍ ସର୍କିଟ୍ ହାଉସ୍ରେ ଯୋଗାଯୋଗ କରିପାରିବେ। ଏହି ତଥ୍ୟଗୁଡ଼ିକ ତଦନ୍ତ ପ୍ରକ୍ରିୟାରେ ଗୁରୁତ୍ଵପୂର୍ଣ୍ଣ ସହାୟକ ହେବ ବୋଲି ଅନୁ ଗର୍ଗ ଆଶା କରିଛନ୍ତି।