ସାଇବର ଥାନା ଇନ୍ସପେକ୍ଟରଙ୍କୁ ହତ୍ୟା ଉଦ୍ୟମ

0

ଓଡ଼ିଆ ନ୍ୟୁଜ୍: ସାଇବର ଥାନା ଇନ୍ସପେକ୍ଟର ଖଲେଶ୍ୱର ସେଠୀଙ୍କୁ ହତ୍ୟା ଉଦ୍ୟମ।ବୁଢ଼ୀ ଠାକୁରାଣୀ ଛକ ନିକଟରେ ରାତି ଅଧରେ ହତ୍ୟା ଉଦ୍ୟମ କଲେ ଦୁର୍ବୃତ୍ତ।ଗତ ୧୮ ତାରିଖରେ ଡ୍ୟୁଟିରୁ ଫେରିବା ବେଳେ ଗାଡ଼ି ଚଢାଇ ମାରିବାକୁ ଉଦ୍ୟମ। ବସ୍ ଚଢାଇ ହତ୍ୟା ଉଦ୍ୟମ ସହ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ।

ସୂଚନାଯୋଗ୍ୟ ଅନୁଗୁଳ ସାଇବର ଥାନାର ଥାନା ଅଧିକାରୀ ଖଲେଶ୍ବର ସେଠୀଙ୍କୁ ଗାଡ଼ି ଚଢାଇ ମାରିବାକୁ ଉଦ୍ୟମ ହୋଇଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି। ସୂଚନା ଅନୁସା‌ରେ, ଅନୁଗୁଳ ସାଇବର ଥାନା ଅଧିକାରୀ ଇନ୍‌ସ୍ପେକ୍ଟର ଖଲେଶ୍ବର ସେଠୀ ଗତ ୧୮ ତାରିଖ ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଥାନା କାମ ସାରି ଫେରୁଥିଲେ।

ଏହି ସମୟରେ ବୁଢ଼ୀ ଠାକୁରାଣୀ ଛକ ନିକଟରେ ଏକ ବସ୍‌ (ଓଡି-୦୫-ଏବି-୧୭୬୫) ତାଙ୍କ ଉପରକୁ ମାଡ଼ି ଆସିଥିଲା। ତାଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରିବାକୁ ଡ୍ରାଇଭର୍‌ ଉଦ୍ୟମ କରିଥିଲା ବେଳେ ପୁଲିସ ଅଧିକାରୀ ଜଣଙ୍କ ରାସ୍ତାକଡ଼କୁ ଚାଲିଯିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହା ପରେ ଡ୍ରାଇଭର୍‌ ଓ ତାଙ୍କର ଅନ୍ୟ ଦୁଇ ସହଯୋଗୀ ଗାଡ଼ିରୁ ଓହ୍ଲାଇ ଥାନା ଅଧିକାରୀଙ୍କୁ ଗାଳିଗୁଲଜ କରିବା ସହ ଜାତିକୁ ନେଇ ଆକ୍ଷେପ କରିଥିଲେ। ପରେ ଥାନା ଅଧିକାରୀ ଶ୍ରୀ ସେଠୀ ଅନୁଗୁଳ ଥାନାକୁ ଏ ସଂପର୍କରେ ଜଣାଇବାରୁ ଜଣେ ପୁଲିସ ଅଧିକାରୀ ପହଞ୍ଚି ତାଙ୍କୁ ଉଦ୍ଧାର କରାଯାଇଛି ।

Leave A Reply

Your email address will not be published.