‘ରକି ଔର ରାନୀ କି ପ୍ରେମ କାହାନୀ’ର ପ୍ରଶଂସା କଲେ ଅନୁରାଗ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ‘ରକି ଔର ରାନୀ କି ପ୍ରେମ କାହାନୀ’ର ପ୍ରଶଂସା କଲେ ଅନୁରାଗ। ରିଲିଜ୍ ପରେ ବଲିଉଡ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହରଙ୍କ ଫିଲ୍ମ ରକି ଔର ରାନୀ କି ପ୍ରେମ କାହାନୀ ବକ୍ସ ଅଫିସରେ ଧମାଲ ମଚାଉଛି। ରଣବୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ଯୋଡିକୁ ଦର୍ଶକଙ୍କଠାରୁ ବହୁତ ଭଲ ପାଇବା ମିଳୁଥିବା ଦେଖାଯାଇଛି। ଫିଲ୍ମର ପ୍ରଶଂସା ଅନେକ କଳାକାର କରିସାରିଥିବା ବେଳେ ଏବେ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପ ମଧ୍ୟ ଫିଲ୍ମକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ଅନୁରାଗ କଶ୍ୟପ ନିଜ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ କରଣ ଜୋହରଙ୍କ କାମକୁ ପ୍ରଶଂସା କରିବା ସହ ଫିଲ୍ମକୁ ୨ଥର ଦେଖିଥିବା କହିଛନ୍ତି।

ଅନୁରାଗ କାଶ୍ୟପ କହିଛନ୍ତି ଯେ ଦ୍ୱିତୀୟ ଥର ପାଇଁ ଏଭଳି ହୋଇଛି ଯେତେବେଳେ ସେ ୨ଥର କରଣ ଜୋହରଙ୍କ ଫିଲ୍ମର ଟିକେଟ କିଣି ଦେଖିଛନ୍ତି। ନିଜେ ୨ଥର ଦେଖିବା ସହ ଅନ୍ୟଙ୍କୁ ମଧ୍ୟ ଦେଖିବା ପାଇଁ ଅନୁରାଗ ନିଜ ପୋଷ୍ଟ ମାଧ୍ୟମରେ କହିଛନ୍ତି। କରଣଙ୍କ କାମକୁ ପ୍ରଶଂସା କରିବା ସହ ସେ ରଣବୀର-ଆଲିଆଙ୍କ କାମକୁ ମଧ୍ୟ ପସନ୍ଦ କରିଛନ୍ତି। ଫିଲ୍ମ ଦେଖିବା ପରେ ଅନୁରାଗ କାନ୍ଦି ପକାଇଥିବା କହିଛନ୍ତି। ଏହା ପୂର୍ବରୁ କଙ୍ଗନା ‘ରକି ଔର ରାନୀ କି ପ୍ରେମ କାହାନୀ’କୁ ଫ୍ଲପ ଫିଲ୍ମ ବୋଲି କହି କରଣ ଟଙ୍କା ଫିଙ୍ଗି ଫିଲ୍ମକୁ ହିଟ୍ କରନ୍ତି ବୋଲି କହିଥିଲେ।

Leave A Reply

Your email address will not be published.