କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱାତଙ୍କୁ ଭେଟିଲେ ଅପରାଜିତା ଷଡଙ୍ଗୀ, ପ୍ରାଚୀ ନଦୀର ପୁନରୁଦ୍ଧାର ପାଇଁ କଲେ ନିବେଦନ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କେନ୍ଦ୍ର ଜଳାଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱାତଙ୍କୁ ସାକ୍ଷାତ କଲେ ସାଂସଦ ଅପରାଜିତା । ପ୍ରାଚୀ ନଦୀର ପୁନଃରୁଦ୍ଧାର ବିଷୟରେ କଲେ ଆଲୋଚନା। ଓଡିଶାର ପ୍ରାଚୀ ନଦୀ ଯାହାର ଦର୍ଘ୍ୟ ହେଉଛି 78 କିଲୋମିଟର ଖୋର୍ଦ୍ଧା, କଟକ, ପୁରୀ ତିନୋଟି ଜିଲ୍ଲାର 6 ଟି ବ୍ଲକ ଯଥା ବାଲିଅନ୍ତା, ବାରଙ୍ଗ, କଣ୍ଟାପଡା, ନିଆଳି, କାକଟପୁର ଅସ୍ତରଙ୍ଗ ଦେଇ ଗତି କରିଅଛି l ଏହା ମୋଟ 42,552 ହେକ୍ଟର (Catchment) ଜମି ପରିବ୍ୟାପ୍ତ ଅଟେ l ଐତିହାସିକ ପୃଷ୍ଠଭୂମି ( Historical Background ) ପ୍ରାଚୀ ନଦୀ ଓଡ଼ିଶାର ଜନ ସାଧାରଣଙ୍କ ଜୀବନ ଯାପନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଏବଂ ଜନ ଉପଯୋଗୀ ଅଟେ l ଦ୍ୱାଦଶ ଶତାବ୍ଦୀରେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ନିର୍ମାଣ ନିମିତ୍ତ ବ୍ୟବହାର ହେଉଥିବା ବୃହତ ପଥର ଗୁଡିକୁ ପ୍ରାଚୀ ନଦୀ ମାଧ୍ୟମରେ ପରିବହନ କରାଯାଇଥିଲା l ଆମ ସମସ୍ତଙ୍କର ଅନ୍ୟତମ ଆସ୍ଥାର କେନ୍ଦ୍ର ମା ମଙ୍ଗଳାଙ୍କ ପୀଠ ମଧ୍ୟ ପ୍ରାଚୀ ଉପକୂଳରେ ଅବସ୍ଥାପିତ l
ସମସ୍ତ ଓଡ଼ିଆ ପ୍ରାଚୀ ନଦୀର ଐତେହକୁ ଅତ୍ୟନ୍ତ ଗର୍ବିତ l ଦୁର୍ଭାଗ୍ୟବଶତଃ ମହାନଦୀର ଶାଖାନଦୀ କୁଶଭଦ୍ରା ନଦୀରୁ ଜଳ ପ୍ରବାହ ବନ୍ଦ ହେବା କାରଣରୁ ଆଜି ପ୍ରାଚୀ ନଦୀ ଶୁଷ୍କ ଅବସ୍ଥାରେ ରହିଅଛି l ବର୍ତମାନ ଓଡ଼ିଶାର ଜନ ସାଧାରଣ ବିଶେଷତଃ ପ୍ରାଚୀ ଉପକୂଳ ବାସୀ ପ୍ରାଚୀ ନଦୀର ପୁନଃରୁଦ୍ଧାର ପାଇଁ ବ୍ୟାପକ କାର୍ଯ୍ୟ କରିବା ପାଇଁ କତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି l ଏହି ପ୍ରକଳ୍ପରେ ମୋଟ 7ଟି ବ୍ରିଜ ନିର୍ମାଣ, ନଦୀ ଉପତ୍ୟକା ନବୀକରଣ (River Bed Creation ), ଜଳାଶୟ ସୃଷ୍ଟି (Service Road), ପାର୍ଶ୍ୱ ରାସ୍ତା, Ground Wall, Retaining Wall, ବୃକ୍ଷରୋପଣ, ସମୁଦ୍ର ମୁହାଣ ନବୀକରଣ ଆଦି କାର୍ଯ୍ୟ ଅନ୍ତର୍ଭୁକ୍ତ l
ଉଲ୍ଲେଖଯୋଗ୍ୟ ଯେ ପ୍ରାଚୀ ନଦୀ ରାମଚନ୍ଦ୍ରପୁରଠାରେ କୁଶଭଦ୍ରା ନଦୀଠାରୁ ଉତ୍ପତି ହୋଇ ବଙ୍ଗୋପ ସାଗରରେ ବିଲୀନ ହୋଇଛି l ଆଶା କରାଯାଉଥିବା ସୁଫଳ (Expected Outcome)ଏହି ପ୍ରକଳ୍ପ ଦ୍ୱାରା ଗୁରୁତ୍ୱପୂର୍ଣ ପ୍ରାଚୀ ନଦୀ ପୁନଃଜୀବିତ ହୋଇପାରିବ l ଏହା ଦ୍ୱାରା ପରିବେଶ ସୁରକ୍ଷା ସହ ବହୁ ମହତ୍ୱପୂର୍ଣ ସ୍ଥାନର ରକ୍ଷଣାବେକ୍ଷଣ ହୋଇପାରିବ l ଏହାଦ୍ୱାରା ଭୁତଳ ଜଳ ସ୍ତର ବୃଦ୍ଧି ପାଇବା ସହ ଜଳର ଲବଣ ଅଂଶ ହ୍ରlସ ପାଇବା ଦ୍ୱାରା ଲୋକ ମାନଙ୍କ ପାନୀୟ ଜଳ ଯୋଗାଣରେ ମଧ୍ୟ୍ୟ ପ୍ରମୁଖ ସାଧନ ହୋଇପାରିବ l ଅପାତତଃ 8700 ହେକ୍ଟର ଚାଷଜମି ଏହା ଦ୍ୱାରା ଜଳସେଚନ ଉପଯୋଗୀ ହୋଇପାରିବ ଏବଂ ଏହା ଦ୍ୱାରା କୃଷିରେ (Agricultural) ବ୍ୟାପକ ଭାବେ ବୃଦ୍ଧି ହୋଇ ପାରିବ l ଅଧିକ ମତ୍ସଚାଷ (Pisciculture) ସହ ପର୍ଯ୍ୟଟନ eco-tourism ମଧ୍ୟ୍ୟ ବୃଦ୍ଧି ପାଇବ l
ଏହି ବ୍ୟାପକ ପ୍ରକଳ୍ପ ଯାହା ରାଜ୍ୟ ସରକାରଙ୍କ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ପ୍ରସ୍ତୁତ ଏହାର ସଫଳ ରୂପାୟନ ହେଲେ ପ୍ରାଚୀ ଉପକୂଳ ଏବଂ ଅନ୍ୟ ଅଞ୍ଚଳର ଜନସାଧାରଣଙ୍କ ଜୀବନରେ ଅଭୁତପୂର୍ବ ଏବଂ ପ୍ରଗତିଶୀଳ ପରିବର୍ତ୍ତନ ଆଣିଦେବାରେ ଯଥେଷ୍ଟ ସାମର୍ଥ୍ୟ ରଖିଛି l