ରାଜ୍ୟରେ ଯଦି ଶାନ୍ତି ଚାହୁଁଛନ୍ତି ତାହେଲେ ତାଙ୍କୁ ୪୮ ଘଣ୍ଟା ଭିତରେ ଜେଲ ଭିତରକୁ ପଠାଯାଉ: ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଅପରାଜିତା
ଓଡିଆ ନ୍ୟୁଜ୍(ବ୍ୟୁରୋ): ଗୋଟିଏ ଦିନ ଭିତରେ ରାଜଧାନୀ ଅଞ୍ଚଳରେ ୨ ଟି ବିଭତ୍ସ ଘଟଣା ଘଟିଛି। ଗତ ଶୁକ୍ରବାର ରାତିରେ ଲକ୍ଷ୍ମୀ ସାଗର ଥାନା ଅଞ୍ଚଳରେ ଯେଉଁ ଘଟଣା ଘଟିଥିଲା ଆଉ ଯେଉଁ ନିର୍ଦ୍ଦିଷ୍ଟ ଦଳର କର୍ମୀ ମାନେ ଆକ୍ରମଣ କଲେ ସେହି ଆକ୍ରମଣରେ ୩ ଜଣ ଗୁରୁତର ଅଛନ୍ତି। ୧୨ ଘଣ୍ଟାରୁ ଅଧିକ ହେଲାଣି ହେଲେ କାହାକୁ ଗିରଫ କରାଯାଇନାହିଁ। ଆହତଙ୍କ ଭିତରୁ ଜଣେ ଆଇସିୟୁରେ ଅଛନ୍ତି। ଯେଉଁ ମାନେ ଏହି ଆକ୍ରମଣରେ ସଂପୃକ୍ତ ଅଛନ୍ତି ତାଙ୍କୁ ଯଦି ରାତି ୨ ଟା ଭିତରେ ଅର୍ଥାତ୍ ୨୪ ଘଣ୍ଟା ଭିତରେ ଗିରଫ ନକରାଯାଏ ତାହେଲେ BJP ଆଜି କାଲି କମିଶନରେଟ ପୋଲିସ ସାମ୍ନାରେ ଧାରଣା ଦେବ ଆଉ ଅନ୍ୟ ପନ୍ଥା ମଧ୍ୟ ଆପଣେଇବ। ଗତ କାଲି ଏଭଳି ଚେତାବନୀ ଦେଇଛନ୍ତି ଭୂବନେଶ୍ୱର ସାଂସଦ।
ପ୍ରଶାନ୍ତ ଜଗଦେବ ଘଟଣା ଉପରେ ମଧ୍ୟ ମତ ରଖିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ସେ କହିଛନ୍ତି ଓଡ଼ିଶା ରାଜନୀତିରେ ପ୍ରଥମ ଥର ଏଇ ଭଳି ଘଟଣା ଘଟିଛି।ପଞ୍ଚାୟତ ନିର୍ବାଚନ ପରେ ବିଧାୟକ ଯାହା କରିଛନ୍ତି ଏହା ଅହଙ୍କାରର ପରିଚୟ। କାଲି ଯାହା ଲକ୍ଷ୍ମୀ ସାଗର ଅଞ୍ଚଳରେ ହେଇଛି ତାହା ଅହଙ୍କାରର ପରିଚୟ କି? ଏଥିପାଇଁ ଓଡ଼ିଶା ସରକାର, ଗୃହ ବିଭାଗ କିଏ ଦାୟୀ? ଏତେ ଅହଙ୍କାର କଣ ପାଇଁ। ବିଜେଡି ତରଫରୁ ବିଧାୟକଙ୍କୁ ନିଲମ୍ବିତ କରାଯାଇଛି କିନ୍ତୁ ମୁ ଭାବେ ନିଲମ୍ବନ ଏକ ଦଣ୍ଡ ନୁହେଁ।
ବିଜେଡି ତରଫରୁ କୁହାଯାଇଛି ନିଲମ୍ବନ ପରେ ଆମେ ପ୍ରଶାନ୍ତ ଜଗଦେବଙ୍କୁ ଦୂରେଇ ଦେଉଛୁ କିନ୍ତୁ ଆମ ଦେଖିଛୁ ସିଏ ସମସ୍ତ କାର୍ଯ୍ୟରେ ବିଜେଡି ନେତାଙ୍କ ସହିତ ଅଛନ୍ତି, ସମସ୍ତ ପ୍ରକାର ରାଜନୈତିକ କାର୍ଯ୍ୟରେ ଯୋଗ ଦେଇଛନ୍ତି ତାହେଲେ ଦୂରେଇ ଦେଲେ କେମିତି ?
ପ୍ରଶାନ୍ତ ଜଗଦେବଙ୍କ ଜାଗା ବାହାରେ ନାହିଁ ଜେଲ ଭିତରେ ଅଛି । ଏକଥା ରାଜ୍ୟ ସରକାର ଆଉ ଗୃହ ବିଭାଗ ମାନିନେବା ଉଚିତ୍।ତେଣୁ ରାଜ୍ୟ ସରକାର ଯଦି ରାଜ୍ୟରେ ଶାନ୍ତି ଚାହୁଁଛନ୍ତି ତାହେଲେ ତାଙ୍କୁ ୪୮ ଘଣ୍ଟା ଭିତରେ ଜେଲ ଭିତରକୁ ପଠା ଯାଉ ।