ଏଣିକି ପ୍ରତ୍ୟେକ ରବିବାର ଖୋଲିବ ଶ୍ରୀ ମନ୍ଦିର, ଦର୍ଶନ ଉପରେ ଥିବା କଟକଣାକୁ ଉଠାଇ ଦେଲା ପ୍ରଶାସନ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଏଣିକି ପ୍ରତେକ ରବିବାର ଖୋଲିବ ଶ୍ରୀ ମନ୍ଦିର l କୋଭିଡ କଟକଣା ଯୋଗୁ ଶ୍ରୀ ମନ୍ଦିର ସାନିଟାଈଜ ପାଇଁ କରିବା ପାଇଁ ଗତ ଦୁଇ ବର୍ଷ ଧରୀ ଶ୍ରୀ ମନ୍ଦିର ରେ ରବିବାର ଦର୍ଶନ ବନ୍ଦ ରହିଥିଲା l ଏବେ କୋଭିଡ ର ଗାଇଡ ଲାଇନକୁ ଶ୍ରୀ ମନ୍ଦିର ପ୍ରଶାସନ କୋହଳ କରିଛି l ଆସନ୍ତା ରବିବାର ଅର୍ଥାତ 20 ତାରିଖ ରୁ ପ୍ରତେକ ରବିବାର ମହାପ୍ରଭୁ ଙ୍କ ଦର୍ଶନ କରିପାରିବେ ଭକ୍ତ l ଆଜି ଜିଲ୍ଲାପାଳ ଙ୍କ ଅଧକ୍ଷତାରେ ବସିଥିବା ଛତିଶା ନିଯୋଗ ବୈଠକ ରେ ଏହି ନିଷ୍ପତି ନିଆଯାଇଛି l

ସେହିପରି ମଙ୍ଗଳ ଆଳତୀ ଓ ବଡ ସିଂହାର ସମୟରେ ଦର୍ଶନ ଉପରେ ଥିବା କଟକଣାକୁ ମଧ୍ୟ ଉଠାଇ ଦେଇଛି ପ୍ରଶାସନ l ଗ୍ରୀଷ୍ମ ପ୍ରଭାବ ଦୃଷ୍ଟି ରେ ରଖି ପ୍ରବଳ ଖରାରୁ ଭକ୍ତ ଙ୍କ ସୁରକ୍ଷା ପାଇଁ ପାନୀୟ ଜଳ ଓ ଅନୁସଙ୍ଗିକ ବ୍ଯବସ୍ଥା ଗ୍ରହଣ କରାଯିବ l ସେହିପରି ଆଜିର ବୈଠକ ରେ ଆସନ୍ତା ଦୋଳ ପୁର୍ଣିମା ନୀତି ର୍ନିଘଣ୍ଟ କୁ ମଧ୍ୟ ଅନୁମୋଦନ କରାଯାଇଛି l ଅନ୍ଯପକ୍ଷରେ ଶ୍ରୀ ମନ୍ଦିର ସୁରକ୍ଷା କରିଡର ର୍ନିମାଣ ବ୍ଯବସ୍ଥା କୁ ମଧ୍ୟ ଛତିଶା ନିଯୋଗ ବୈଠକ ରେ ସେବାୟତ ମନେ ସହଯୋଗ କରିବେବୋଲି ମତ ଦେଇଛନ୍ତି l ଏହି ପ୍ରକଳ୍ପ କୁ ନେଇ ବିଭ୍ରାନ୍ତ ନ କରିବା ପାଇଁ ବୈଠକ ରେ ସର୍ବସମ୍ମତ ନିଷ୍ପତି ନିଆଯାଇଛି l

Leave A Reply

Your email address will not be published.