କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ସୁପ୍ରିମକୋର୍ଟ ଗଲେ ଆପ୍ ସରକାର

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଅଧିକାରୀଙ୍କ ଟ୍ରାନ୍ସଫର ପୋଷ୍ଟିଂ ଉପରେ କେନ୍ଦ୍ର ସରକାରଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ଦିଲ୍ଲୀର ଆପ୍ ସରକାର ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ଦିଲ୍ଲୀ ସରକାର ଶୁକ୍ରବାର (ଜୁନ୍ ୩୦) କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଏହି ନିୟମ ଅସାମ୍ବିଧାନିକ ଅଟେ। ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ଆପ୍ ସରକାର କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ତୁରନ୍ତ ନିଷିଦ୍ଧ କରାଯିବା ଉଚିତ୍।

ଗତ ମାସରେ ଦିଲ୍ଲୀରେ ଗ୍ରୁପ୍-ଏ ଅଧିକାରୀଙ୍କ ସ୍ଥାନାନ୍ତର ତଥା ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ପାଇଁ ଜାତୀୟ ରାଜଧାନୀ ଜନସେବା ପ୍ରାଧିକରଣ ଗଠନ ପାଇଁ କେନ୍ଦ୍ର ସରକାର ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ଯାହା ଅରବିନ୍ଦ କେଜ୍ରିୱାଲଙ୍କ ସରକାର ବିରୋଧ କରୁଛନ୍ତି।

କେନ୍ଦ୍ର ଏକ ନିର୍ଦ୍ଦେଶନାମା ଜାରି କରିଥିଲା
ଏହି ନିୟମ ଘୋଷଣା ହେବାର କିଛି ଦିନ ପୂର୍ବରୁ ସୁପ୍ରିମକୋର୍ଟ ଦିଲ୍ଲୀର ପୋଲିସ, ଆଇନ ଶୃଙ୍ଖଳା ତଥା ଅନ୍ୟାନ୍ୟ ସେବା ନିୟନ୍ତ୍ରଣକୁ ଦିଲ୍ଲୀ ସରକାରଙ୍କୁ ହସ୍ତାନ୍ତର କରିଥିଲେ। ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି ଯେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ପାଳନ କରୁନାହାଁନ୍ତି ଏବଂ ଏହି ନିୟମ ଅସାମ୍ବିଧାନିକ ଅଟେ।

ବିରୋଧୀ ଦଳର ସମର୍ଥନ ଲୋଡିଛନ୍ତି ଅରବିନ୍ଦ କେଜ୍ରିୱାଲ
ଏହି ପ୍ରସଙ୍ଗରେ ସମର୍ଥନ ପାଇଁ ଆପ୍ ର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଅନେକ ବିରୋଧୀ ଦଳର ନେତାଙ୍କୁ ଭେଟିଛନ୍ତି। ବିହାର ସିଏମ ନୀତୀଶ କୁମାର, ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀ, ଏନସିପି ମୁଖ୍ୟ ଶରଦ ପାୱାର, ତାମିଲନାଡୁର ସିଏମ ଏମ.କେ ଷ୍ଟାଲିନଙ୍କ ସମେତ ବହୁ ବିରୋଧୀଦଳ ନେତା ଏଏପିକୁ ସମର୍ଥନ କରିବାକୁ କହିଛନ୍ତି।

ଆପ୍ ନେତାମାନେ ଏହି ନିୟମର ଏକ କପି ଜାଳି ଦେବେ
ଆମ୍ ଆଦମୀ ପାର୍ଟି ଶୁକ୍ରବାର ଦିନ କହିଛି ଯେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜୁଲାଇ ୩ ରେ ଆମ୍ ଆଦମୀ ପାର୍ଟି କାର୍ୟ୍ୟାଳୟରେ ଏହି ନିୟମର ନକଲ ଜାଳି ଦେବେ। ଆପ୍ ମୁଖପାତ୍ର ତଥା ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି ଯେ ଜୁଲାଇ ୩ ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କ୍ୟାବିନେଟ ମନ୍ତ୍ରୀ ଏବଂ ସମସ୍ତ ବିଧାୟକ ଆଇଟିଓ ପାର୍ଟି କାର୍ୟ୍ୟାଳୟରେ କଳା ନିୟମର କପି ଜାଳି ଦେବେ। ତେବେ ଜୁଲାଇ ୫ ରେ ସମସ୍ତ ୭୦ ଟି ସଂସଦ ନିର୍ବାଚନମଣ୍ଡଳୀରେ ଏହି ନିୟମର ନକଲ ପୋଡି ଦିଆଯିବ।

Leave A Reply

Your email address will not be published.