ବଢିପାରେ ଆପ୍ ସାଂସଦ ରାଘବ ଚଢାଙ୍କ ଅଡ଼ୁଆ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଗତକାଲି ରାଜ୍ୟସଭାରେ ପାରିତ ହୋଇଛି ଦିଲ୍ଲୀ ଅଧ୍ୟାଦେଶ । ରାଜ୍ୟ ସଭାର ଗୃହ କାର୍ୟ୍ୟ ସମୟରେ ଯେତେବେଳେ ଦିଲ୍ଲୀର ଅଧିକାରୀଙ୍କ ଟ୍ରାନ୍ସଫର ପୋଷ୍ଟିଂ ବିଲ୍‌ ପାସ କରାଯାଉଥିଲା ସେତେବେଳେ ଆମ ଆଦମୀ ପାର୍ଟି(ଏଏପି) ନେତା ରାଘବ ଚଢାଙ୍କ ପକ୍ଷରୁ ଏହି ବିଲ୍‌କୁ ସିଲେକ୍ଟ କିମିଟିକୁ ପଠାଇବା ପ୍ରସ୍ତାବ ଦିଆଯାଇଥିଲା। ବର୍ତ୍ତମାନ ଏହି ପ୍ରସଙ୍ଗରେ ଜାଲିଆତିର ଆଙ୍ଗଲ ସାମ୍ନାକୁ ଆସିଛି, ଯଦି ରାଜ୍ୟ ସଭା ଅଧ୍ୟକ୍ଷଙ୍କ ଅନୁସନ୍ଧାନରେ ଏହି ଜାଲିଆତି ସଠିକ ବୋଲି ଜଣାପଡେ, ତେବେ ରାଘବ ଚଢାଙ୍କ ବିରୋଧରେ ଏଫଆଇଆର୍‌ ମଧ୍ୟ ଦାଖଲ କରାଯାଇପାରିବ।

ଅଧିକାରର ଉଲ୍ଲଂଘନ ବ୍ୟତୀତ ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମପି ରାଘବ ଚଢାଙ୍କ ବିରୋଧରେ ଏଫଆଇଆର୍‌ ହେବାର ଆଶଙ୍କା ରହିଛି। ସୂଚନାନୁସାରେ, ଦିଲ୍ଲୀ ଅଧିକାରୀଙ୍କ ଚୟନ କମିଟିକୁ ପଠାଇବା ପାଇଁ ବିଲ ପଠାଇବାକୁ ରାଘବ ଚଢାଙ୍କ ପ୍ରସ୍ତାବରେ ଅନ୍ୟ ଏମପିଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା।

 

Leave A Reply

Your email address will not be published.