ଖୋଲା ଚ୍ୟାଲେଞ୍ଜ୍‌ କଲେ ଅରବିନ୍ଦ

0

ଓଡ଼ିଆ ନ୍ୟୁଜ୍: ନିଲମ୍ବନ ସମ୍ପର୍କିତ ଅଭିଯୋଗକୁ ଚ୍ୟାଲେଞ୍ଜ୍‌ କଲେ ଅରବିନ୍ଦ ମହାପାତ୍ର।ଭିନ୍ନ ଭିନ୍ନ ଆରୋପକୁ ନେଇ ଖୋଲା ଚ୍ୟାଲେଞ୍ଜ କଲେ।କେତେବେଳେ ଆଣ୍ଟିପାର୍ଟି, କେତେବେଳେ ମିଡ୍‌ ଡେ ଅପରେସନ ଆରୋପ। ସାଂସଦ ପ୍ରାର୍ଥୀଙ୍କୁ ହରାଇବା ଓ ପାଟକୁରାବାସୀଙ୍କୁ ହଇରାଣ ଆରୋପ।ଏହା ଭିତରୁ କେଉଁଠି ଠିକ୍‌, ନା ତାଲିକା ଆଗକୁ ବଢ଼ିବ ତାଚ୍ଛଲ୍ୟ କଲେ।କେଉଁମାନେ ଏନେଇ ତଥ୍ୟ ଦେଉଛନ୍ତି ଜାଣିବାକୁ ଚାହୁଁଛି କହିଲେ।ନବୀନ ବାବୁ ଶେଷ ଦେଖାରେ ବାପା କିପରି ଅଛନ୍ତି ପଚାରିଥିଲେ। ଯଦି ମୁଁ କିଛି ଭୁଲ କରୁଥିଲି, ସେତେବେଳେ କହିପାରି ଥାନ୍ତେ।କୌଣସି ଆରୋପର କାହା ସହ କାହାର ତାଳମେଳ ରହୁନି।MLA ପାଣ୍ଠି ଖର୍ଚ୍ଚକୁ ହେରଫେର ଅଭିଯୋଗର ଖୋଲା ବିତର୍କ ଚାହୁଁଛି। ଯଦି ତ୍ରୁଟି କରିଛି, ଗଣମାଧ୍ୟମ ସାମ୍ନାରେ ଖୋଲା ବିତର୍କକୁ ଆସନ୍ତୁ।

ନବୀନ ବାବୁଙ୍କୁ ଦେଖା କରିବାକୁ ଲକ୍ଷ୍ୟ ରଖିଥିଲି- ଅରବିନ୍ଦ।ନବୀନ ବାବୁ କାଲି କହି ସାରିବା ପରେ ଆଉ କାହିଁକି ଦେଖା କରିବି ଜାଣିପାରୁନି। ନବୀନ ବାବୁଙ୍କୁ ଡାଟା କିଏ ଦେଉଛି ତାହାକୁ ଆଧାର କରି ସେ କହିଲେ, ଜାଣିନି।ସାଂସଦଙ୍କୁ ହରାଇବା ପାଇଁ କାର୍ଯ୍ୟ କରିବା ଅଭିଯୋଗକୁ ଖଣ୍ଡନ କରୁଛି। ଯିଏ ସାଂସଦ ପ୍ରାର୍ଥୀ ହୋଇଥିଲେ ତାଙ୍କ ସହ ପାରିବାରିକ ସମ୍ପର୍କ ରହିଛି।ମହାକାଳପଡ଼ାରେ ସାଂସଦ ପ୍ରାର୍ଥୀ ସବୁଠୁ କମ୍‌ ଭୋଟ ପାଇଥିଲେ .. ତାହେଲେ ମହାକାଳପଡ଼ାରେ କିଏ ଷଡ଼ଯନ୍ତ୍ର କରିଥିଲା ପଚାରୁଛି। ମୁଁ ଯଦି କେନ୍ଦ୍ରାପଡ଼ା ପ୍ରାର୍ଥୀଙ୍କୁ ହରାଇଲି, ଅନ୍ୟ ୨୦ ପ୍ରାର୍ଥୀଙ୍କୁ କିଏ ହରାଇଲା।ବିଜେଡିରେ ମିଶିବା ପ୍ରସ୍ତାବ ନବୀନ ବାବୁଙ୍କ ପାଖରୁ ଆସିଥିଲା।ପାଟକୁରାବାସୀଙ୍କ ମତାମତ ନେବା ପରେ ବିଜେଡିରେ ମିଶିଥିଲି। ମୋ ବିରୋଧରେ ଆସିଥିବା ଅଭିଯୋଗ ମିଥ୍ୟା, ମୁଁ ଖଣ୍ଡନ କରୁଛି- ଅରବିନ୍ଦ।

Leave A Reply

Your email address will not be published.