ଟି-20 ବିଶ୍ୱକପ ଖେଳିବନି ବାଂଲାଦେଶ

0

ଓଡ଼ିଆ ନ୍ୟୁଜ୍: ବାଂଲାଦେଶ ଦଳ ଟି୨୦ ବିଶ୍ୱକପ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି। ବାଂଲାଦେଶ କ୍ରିକେଟ ଦଳ ଭାରତରେ ଅନୁଷ୍ଠିତ ହେବାକୁ ଥିବା ୨୦୨୬ ଟି୨୦ ବିଶ୍ୱକପରେ ଖେଳିବ ନାହିଁ। ବାଂଲାଦେଶ ସରକାର ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ବାଂଲାଦେଶ ସରକାର କହିଛନ୍ତି, ଟି୨୦ ବିଶ୍ୱକପ ମ୍ୟାଚ ସ୍ଥାନାନ୍ତର କରିବା ପାଇଁ ଆଇସିସିର ଦାବିକୁ ପ୍ରତ୍ୟାଖ୍ୟାନ କରିଛି। ସରକାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)କୁ ମଧ୍ୟ ଟାର୍ଗେଟ କରିଛନ୍ତି।

ବାଂଲାଦେଶ ସରକାର ଏକ ବିବୃତ୍ତି ଜାରି କରି କହିଛନ୍ତି , ବିଶ୍ୱ କ୍ରିକେଟର ଅବସ୍ଥା ବିଷୟରେ ସେମାନେ ଅନିଶ୍ଚିତ ଥିଲେ ମଧ୍ୟ, କ୍ରୀଡାର ଲୋକପ୍ରିୟତା ନିଶ୍ଚିତ ଭାବରେ ହ୍ରାସ ପାଉଛି। କ୍ରିକେଟ ଅଲିମ୍ପିକ୍ସକୁ ଯାଉଛି, କିନ୍ତୁ ଯଦି ବାଂଲାଦେଶ ଭଳି ଦେଶ ଅଂଶଗ୍ରହଣ ନ କରେ, ତେବେ ଏହା ଆଇସିସି ପାଇଁ କ୍ଷତି।

Leave A Reply

Your email address will not be published.