ଜିଲ୍ଲାରେ ଅବାଧ ବେଆଇନ ଗୋ ଚାଲାଣ; ଏକଷଠି ଗାଈଗୋରୁ ଉଦ୍ଧାର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜିଲ୍ଲାରେ ଅବାଧ ବେଆଇନ ଗୋ ଚାଲାଣ ,ଏକଷଠି ଗାଈଗୋରୁ ଉଦ୍ଧାର ।ଡ୍ରାଇଭର ହେଲ୍ପର ଫେରାର।  ସୋମବାର ଭୋର ପ୍ରାୟ ଚାରିଟା ସମୟରେ ଷୋଳ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ଜିଲ୍ଲାର ବାଣପୁର ଥାନା ଅଧିନସ୍ତ ବେଲପଡା ଛକ ନିକଟରେ ଏକ ଗାଡି ଦୁର୍ଘଟଣାରେ ତିନୋଟି ଗାଈଙ୍କ ମୃତ ଶରୀର ରାସ୍ତା ଉପରେ ବିକ୍ଷିପ୍ତ ଭାବେ ପଡିଥିବା ବେଳେ ରାସ୍ତା ଅବରୋଧ ଯୋଗୁଁ ବହୁ ଗାଡି ଜାମ ରେ ପଡିଯାଇଥିଲେ ଏହି ସମୟରେ ହଠାତ ଏକ ଆଇଚର ଗୋରୁ ଵୋଝେଇ ଗାଡି ରାସ୍ତା ଅବରୋଧ ଦେଖି ରାସ୍ତା ଉପରେ ଗାଈ ଗୋରୁ ବୋଝେଇ ଟ୍ରକ ଟିକୁ ରଖି ଦେଇ ଡ୍ରାଇଭର ହେଲ୍ପର କେଉଁଆଡ଼େ ଫେରାର ହୋଇଯାଇଥିଲେ।

ଗାଡ଼ି ର ନମ୍ବର ପ୍ଲେଟ ରେ କାଦୁଅ ବୋଲା ଯାଇଥିବା ଯୋଗୁଁ ନମ୍ବର ପ୍ଲେଟ ଠିକ ଭାବେ ଦେଖା ଯାଉନଥିଲା। ଗାଡି ଟିରେ ଦୁଇଥାକ କରି ଅତି ଅମାନୁଷିକ ଭାବେ ଗୋଡ଼କୁ ଟେକି ଛନ୍ଦନୀ କରି ଗାଈଙ୍କୁ ବନ୍ଧାଯାଇ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଥାନା ଅଂଚଳରୁ ହାଇଦ୍ରାବାଦର କଂସେଇଖାନା କୁ ହତ୍ୟା କରିବା ପାଇଁ ଗାଈ ଗୋରୁ ଙ୍କୁ ନିଶାର୍ଦ୍ଧରେ ରପ୍ତାନୀ କରାଯାଉଥିବା ଜଣାପଡିବା ପରେ ଘଟଣା ସ୍ଥଳରେ ସାଧାରଣ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ପରେ ତୁରନ୍ତ ଖବର ପାଇ ବାଣପୁର ପୋଲିସ ଫୋର୍ସ ସହିତ ଘଟଣା ସ୍ଥଳରେ ପହଞ୍ଚି ଗୋରୁ ବୋଝେଇ ଗାଡିକୁ ଜବତ କରିବା ସହିତ ଉଦ୍ଧାର ଏକଷଷ୍ଠୀ ଗାଈକୁ ଗୋଶାଳା କୁ ପଠାଇଦେଇଛନ୍ତି।ଗାଡିର ଡ୍ରାଇଭର ହେଲ୍ପର୍ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି।ଏହା ଉପରେ ବାଣପୁର ପୋଲିସ ପକ୍ଷରୁ ଏକ କେସ ରୁଜୁ ହୋଇଛି।

ଯାହାର ନମ୍ବର -୨୦୧/୨୪-ତା୨୭.୦୫.୨୪ ଅଛି।ରାଜ୍ୟରେ ମୁଖ୍ୟତଃ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଥାନା ଅନ୍ତର୍ଗତ ଜାମୁସାହି,କୁସପଲା ଆଦି ବିଭିନ୍ନ ଅଞ୍ଚଳ ରୁ ପ୍ରତ୍ୟେକ ଦିନ ବେଆଇନ ଗୋ ଚାଲାଣ ହେଉଥିବା ବେଳେ ଏହାକୁ ନିଷିଦ୍ଧ କରିବା ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ, ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳ ଓ ବିଭିନ୍ନ ପଦାଧିକାରୀ ଅଧିକାରୀ ଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅବଗତ କରାଯାଇଥିବା ବେଳେ ନିର୍ବାଚନ ଆଚରଣ ବିଧି କାରଣରୁ ରାସ୍ତା ର ବିଭିନ୍ନ ସ୍ଥାନରେ ବ୍ଲକିଙ୍ଗ ଓ ଚେକିଂ ହେଉଥିବା ବେଳେ କାହା ସାହଯ୍ୟ ରେ ବିଭିନ୍ନ ଥାନା ଅଂଚଳ ଓ ଚେକ ଗେଟଦେଇ ଏହି ଅବାଧ ଓ ବେଆଇନ ଗୋ ଚାଲାଣ କରାଯାଉଛି ତାକୁ ନେଇ ସାଧାରଣରେ ଅସନ୍ତୋଷ, ଓ ଉତ୍କଣ୍ଠା ଜାତ ହୋଇଛି

Comments are closed.