ଜଳେଶ୍ୱର ବିଜେପି ରୋଡ଼ ଶୋ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନିର୍ବାଚନ ତାରିଖ ପାଖାଉଛି ଭୋଟ ହାତେଇବା ପାଇଁ ଜଳେଶ୍ୱର ବିଜେପି ଫୁଲ ଦମରେ ଲାଗି ପଡିଛି | ବିଧାୟକ ପ୍ରାର୍ଥୀ ବ୍ରଜମୋହନ ପ୍ରଧାନ ଷ୍ଟାର ପ୍ରଚାରକ ପିଙ୍କି ପ୍ରଧାନଙ୍କୁ ନେଇ ଜଳେଶ୍ୱର ମ୍ୟୁନସିପାଲଟିରେ ରୋଡ଼ ଶୋ ସହିତ ବିଭିନ୍ନ ସ୍ଥାନରେ ପଥ ପ୍ରାନ୍ତ ସଭା କରୁଥିବା ଦେଖିବାକୁ ମିଳିଛି |

ଜଳେଶ୍ୱର ମ୍ୟୁନସିପାଲଟିର ୧ନଂ ୱାର୍ଡ ଝାଡ଼େଶ୍ୱରପୁର ବସ୍ତିରୁ ରୋଡ଼ ଶୋ ବାହାରି ସହର ପରିକ୍ରମା କରିଥିଲା | ଶହ ଶହ ସଂଖ୍ୟକ କର୍ମୀ ବାଇକରେ ଉକ୍ତ ରୋଡ଼ ଶୋରେ ଭାଗ ନେଇଥିଲେ | ଷ୍ଟାର ପ୍ରଚାରକ ପିଙ୍କି ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବିଭିନ୍ନ ଲୋକାଭିମୁଖି ଯୋଜନା ବିଷୟରେ ଆଲୋକ ପାତ କରିଥିଲେ |

ଦୁଇଟି ପଦ୍ମଫୁଲ ଚିହ୍ନରେ ମୋହର ମାରି ବିଧାୟକ ପ୍ରାର୍ଥୀ ବ୍ରଜମୋହନ ପ୍ରଧାନ ଓ ଲୋକସଭା ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କୁ ଜିତାଇ ରାଜ୍ୟରେ ଡବଲ ଇଂଜିନ ସରକାର ଗଠନ କରିବାକୁ ନିବେଦନ କରିଥିଲେ |

Leave A Reply

Your email address will not be published.