ଆପଣଙ୍କୁ ମଶା କାମୁଡୁଛିକି? ଜାଣନ୍ତୁ କିପରି ପାଇବେ ମୁକ୍ତି

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଆମ ଦେଶରେ ଏବେ ମୌସୁମୀର ଆଗମନ ସହିତ ମଶା ବାହିତ ରୋଗର ବିପଦ ବୃଦ୍ଧି ପାଇବ। ମ୍ୟାଲେରିଆ ପରି ରୋଗରେ ଆକ୍ରାନ୍ତ ନହେଲେ ମଧ୍ୟ ମଶାକାମୁଡ଼ାରେ ହିଁ ଜଣେ ଦେହକୁ କୁଣ୍ଡାଇ କୁଣ୍ଡାଇ ଅତିଷ୍ଠ ହୋଇପଡ଼ିଥାଏ। ମଶା କାମୁଡ଼ାରୁ ବଞ୍ଚିବା ପାଇଁ କେତେକ ଉପାୟ ଜାଣିବା। ଲୋକଙ୍କୁ ଖୋଜିବା ପାଇଁ ମଶା ମୁଖ୍ୟତଃ ଘ୍ରାଣଶକ୍ତିର ବ୍ୟବହାର କରିଥାଏ। କିଛି ଗନ୍ଧ ସେମାନଙ୍କୁ ସୁହାଉଥିବା ବେଳେ ଆଉ କିଛି ସେମାନଙ୍କୁ ଦୂରେଇ ରଖିଥାଏ।

ସାବୁନ୍‌, ଅତର ଓ ଖାଦ୍ୟ ଦ୍ବାରା ଆମ ଶରୀରର ଗନ୍ଧକୁ ବଦଳାଇ ନିଜ ଶରୀରକୁ ମଶା-ପ୍ରତିରୋଧୀ କରିହେବ। ଏଥିପାଇଁ ସୁବାସିତ କିମ୍ବା ତ୍ବଚାକୁ କୋମଳ କରୁଥିବା ସାବୁନ ବଦଳରେ ଲାଭେଣ୍ଡର, ଧନ୍ବନ୍ତରୀ ପତ୍ର ଓ ପୁଦିନାପତ୍ର ମିଶ୍ରିତ ସାବୁନ ବ୍ୟବହାର କରିବା ଭଲ। ସେହିପରି ଆମେ ଖାଉଥିବା ଫଳରେ ପାଚିଲା କଦଳୀ ବଦଳରେ ଅଙ୍ଗୁର, ସେଓ ଆଦି ସାମିଲ କରିବା ଉପକାରୀ। କାରଣ କଦଳୀ ଖାଇ ସାରିବା ପରେ ସେହି ବାସ୍ନାରେ ହାତ ଆଡ଼କୁ ମଶାମାନେ ଆକର୍ଷିତ ହେଉଥିବା ଏକ ଅଧ୍ୟୟନରୁ ଦେଖାଯାଇଛି।

ସେହିପରି ମଦ୍ୟପାନ ଠାରୁ ଦୂରେଇ ରହିବା ଭଲ। କାରଣ ମଦର ବାସ୍ନା ପ୍ରତି ମଶାମାନେ ବେଶୀ ଟାଣି ହୋଇ ଆସୁଥିବା ଦେଖାଯାଇଛି। ଝାଳୁଆ ଶରୀର ପ୍ରତି ମଶାମାନେ ଅଧିକ ଆକର୍ଷିତ ହେଉଥିବାରୁ ଦେହରେ ଡିଓଡୋରାଣ୍ଟ୍‌ ପରି ରାସାୟନିକ ପଦାର୍ଥ ଲଗାଇଲେ ମଧ୍ୟ ମଶାଙ୍କୁ ଦୂରେଇ ରଖାଯାଇପାରିବ। ଏଥି ସହିତ ଆମର ପୋଷାକପତ୍ରକୁ କୀଟନାଶକ ଦ୍ବାରା ଧୋଇଲେ ମଧ୍ୟ ମଶା ଦାଉରୁ କିଛିମାତ୍ରାରେ ଉପଶମ ମିଳିପାରିବ।

Leave A Reply

Your email address will not be published.