ଭୋଟ ଦେଲେ ଭୋଟ ବାକ୍ସକୁ ମୁଣ୍ଡ ନୁଆଁଇ ପ୍ରଣାମ କଲେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ଜାଣନ୍ତୁ କାହିଁକି

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ସବୁଠି  ଆଜି ଭୋଟ ଗ୍ରହଣ କରାଯାଉଥିବା ବେଳେ ଆଜିର ଏହି ମହାନ ପର୍ବରେ ଆସିକା ସାଂସଦ ପ୍ରମିଳା ବିଷୋୟୀ ସାମିଲ ହୋଇ ନିଜର ମତଦାନ କରିଛନ୍ତି । ଏହି ସମୟରେ  ପ୍ରମିଳା ମତଦାନକୁ ସମ୍ମାନ ଜଣାଇ ଭୋଟ ବାକ୍ସକୁ ମୁଣ୍ଡ ନୁଆଁଇ ପ୍ରଣାମ କରିଥିବାର ଦୃଶ୍ଯ ଦେଖିବାକୁ ମିଳିଥିଲା ।

ପଞ୍ଚମ ପର୍ଯ୍ୟାୟ ମତଦାନରେ କରୁଛନ୍ତି ହେଭିୱେଟ । ଆଜି ସକାଳୁ ଭୋଦ ଦାନ କେନ୍ଦ୍ରକୁ ଯାଇ ଭୋଟ୍‌ ଦେଇଛନ୍ତି ଆସ୍କା ସାଂସଦ ପ୍ରମିଳା ବିଶୋୟୀ । ବୁଥ୍‌ ନିକଟରେ ମୁଣ୍ଡିଆ ମାରିବା ସହ ଜଗନ୍ନାଥଙ୍କ ଆର୍ଶୀବାଦରୁ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ହେବ ବୋଲି କହିଛନ୍ତି । ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଚାଲିଛି। ଏହି କ୍ରମରେ ଗଂଜାମ ଜିଲ୍ଲା ଅନ୍ତର୍ଗତ ଭଞ୍ଜନଗର,ଆସ୍କା, ବେଗୁଣିଆପଡା ବ୍ଲକ ଅଧୀନରେ ଥିବା ୧୦ଟି ଜିଲ୍ଲା ପରିଷଦ ଓ ୭୨  ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଆସନ ପାଇଁ ଭୋଟ ଗ୍ରହଣ ହେଉଛି।  ଆସ୍କା ସାଂସଦ ପ୍ରମିଳା ବିଷୋୟୀ ନିଜ ଗ୍ରାମ ଚେରମାରିଆରେ ଭୋଟ ଦେଇ ବୂଥ ନିକଟରେ ମୁଣ୍ଡିଆ ମାରିବା ସହ ଜଗନ୍ନାଥଙ୍କ ଆଶୀର୍ବାଦରେ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ହେବ ବୋଲି ଆଶା କରିବା ସହ ପଞ୍ଚାୟତର ବିକାଶ ପାଇଁ ଗ୍ରାମବାସୀଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି ।

Leave A Reply

Your email address will not be published.