ବାଜି ମାରିନେଲେ ଅସିତ୍ ତ୍ରିପାଠୀ, ଭୁବନେଶ୍ବର କ୍ଲବର ସଭାପତି ଭାବେ ହେଲେ ବିଜୟୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ପ୍ରତିଷ୍ଠିତ ଭୁବନେଶ୍ଵର କ୍ଲବର ପୁଣି ଥରେ ସଭାପତି ନିର୍ବାଚିତ ହୋଇଛନ୍ତି। ଏହା ସହ ଅସିତଙ୍କ ପୁରା ପ୍ୟାନେଲ ମଧ୍ୟ ଜିତିଛନ୍ତି। ସଂପାଦକ ଭାବେ ବରିଷ୍ଠ IAS  ଦିଲୀପ ରାଉତ ରାୟ ଜିତିଥିବା ବେଳେ ମହେନ୍ଦ୍ର ଗୁପ୍ତା ଉପ ସଭାପତି, ଅଶୋକ ମିଶ୍ର ଯୁଗ୍ମ ସମ୍ପାଦକ ଭାବେ ଜିତି ଛନ୍ତି। କ୍ଳବର୍ ବିକାଶ କାମକୁ ଆଗକୁ ନିଆଯିବ ବୋଲି ଜିତିବା ପରେ କହିଛନ୍ତି ଅସିତ୍  ତ୍ରିପାଠୀ।  ଘାଟିକିଆରେ କ୍ଳବର ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ ହେବ। ସେଠାରେ ମ୍ୟାରେଜ୍ ହଲ, ଗେମ୍ ଜୋନ, banquet hall ଆଦି କରାଯିବ। ସାମାଜିକ କାର୍ଯ୍ୟ,  ସାଂସ୍କୃତିକ କାର୍ଯ୍ୟ କୁ ଅଧିକ ଗୁରୁତ୍ଵ ଦିଆଯିବ କହିଛନ୍ତି ଅସିତ୍।

ସେହିପରି ସମ୍ପାଦକ ଭାବରେ ବିଜୟୀ ହୋଇଛନ୍ତି ଅସିତଙ୍କ ପ୍ୟାନେଲର ଦିଲ୍ଲୀପ ରାଉତରାୟ । ଦିଲ୍ଲୀପଙ୍କୁ ୭୨୩ ଭୋଟ୍‌ ମିଳିଛି । ତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିଲେ ମାନସ ଦାସ । ଅନ୍ୟ ପଦବୀ ପାଇଁ ଭୋଟ୍‌ ଗଣତି ଜାରି ରହିଛି । ଉପସଭାପତି ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି ମହେନ୍ଦ୍ର ଗୁପ୍ତା ଓ ତପେଶ ରାୟ । ଭୁବନେଶ୍ୱର କ୍ଲବ ନିର୍ବାଚନରେ ବିଭିନ୍ନ ପଦ ପଦବୀ ପାଇଁ ମୋଟ୍‌ ୧୯ ଜଣ ପ୍ରତିଦ୍ୱନ୍ଦିତା କରୁଥିଲେ ।

Leave A Reply

Your email address will not be published.