ଗୌହାଟୀ (ଓଡ଼ିଆ ନ୍ୟୁଜ୍): ବନ୍ୟା ବିତ୍ପାତ ଯୋଗୁଁ ଭାସୁଛି ଆସାମ। ଲଗାତର ଦୁଇଟି ବନ୍ୟା ରାଜ୍ୟକୁ ଏକପ୍ରକାର ଧୋଇ ଦେଇଛି। ବ୍ରାହ୍ମପୁତ୍ର ଓ ବାରକ ନଦୀ ଜଳରେ ୩୨ ଜିଲ୍ଲାରେ ୫୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଏହାର ପ୍ରଭାବରେ ମୃତ୍ୟୁ ସଂଖ୍ୟା ୮୯ ପାର୍ କଲାଣି। ବନ୍ୟାରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ନାଗାଁଓ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ପାଖାପାଖି ୪,୫୭,୩୮୧ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ଏଠାରେ ୧୪୭ ରିଲିଫ୍ କ୍ୟାମ୍ପ କରି ୧୫, ୧୮୮ ଜଣଙ୍କୁ ଉଦ୍ଧାର କରାଯାଇଛି।
କୋପିଲି ନଦୀରେ ପାଣିରେ ଜିଲ୍ଲାର ଅଧିକାଂଶ ଅଞ୍ଚଳ ବୁଡ଼ି ରହିଛି। ସେହିପରି ବାରକ ନଦୀ ନିକଟବର୍ତ୍ତୀ ୩ ଜିଲ୍ଲା ଯଥା- କାଛର, କରୀମଗଞ୍ଜ ଏବଂ ହେଲକାଣ୍ଡିରେ ସ୍ଥିତି ସଂକଟାପନ୍ନ ରହିଛି। ବାରକ ଏବଂ କୁଶିଆରା ନଦୀର ଜଳସ୍ଥର ବୃଦ୍ଧି ପାଇଥିବାରୁ ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇ ରହିଛି।