ରାଇରଙ୍ଗପୁରରୁ ଭୁବନେଶ୍ୱର ଯିବା ବାଟରେ କଟକ ଶିଖରପୁରରେ ଅଟକିଗଲେ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ, ଶହଶହ ଲୋକ ଦେଲେ ସମ୍ବର୍ଦ୍ଧନା

0

ଓଡିଆ ନ୍ୟୁଜ୍(ବ୍ୟୁରୋ): କଟକରେ ରାଷ୍ଟ୍ରପତି ପାର୍ଥିନି ଦ୍ରୌପଦୀ ମୁର୍ମୁ ।ରାଇରଙ୍ଗପୁରରୁ ଭୁବନେଶ୍ୱର ଯିବା ବାଟରେ କଟକ ଶିଖରପୁର ନିକଟରେ ଦ୍ରୋପଦୀ ମୂର୍ମୁଙ୍କୁ ପ୍ରତ୍ୟକ୍ଷ ଭାବେ ସ୍ୱାଗତ ଓ ସମ୍ବର୍ଦ୍ଧନା ଦେବା ପାଇଁ କଟକ ବିଜେପି ନେତା ଓ କର୍ମୀମାନେ ଏକାଠି ହୋଇଥିଲେ। ବିଜେପି କର୍ମୀ ଙ୍କ ସହ ବିଜେଡି କର୍ମୀ ଓ ବହୁ ସାଧାରଣ ଲୋକମାନେ ମଧ୍ୟ ଉପସ୍ଥିତ ରହି ଦ୍ରୋପଦୀ ମୂର୍ମୁଙ୍କୁ ସ୍ୱାଗତ କରିଥିଲେ । ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା ।

କେନ୍ଦ୍ରର ବିଜେପି ନେତୃତ୍ବାଧୀନ ଶାସକ ଏନଡିଏ ମେଣ୍ଟ ଓଡ଼ିଶାର ଆଦିବାସୀ ନେତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ପରେ ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛା ଓ ଅଭିନନ୍ଦନ ର ବାର୍ତ୍ତା ।ରାଇରଙ୍ଗପୁର କାଉନସିଲରରୁ ରାଜନୀତି ଆରମ୍ଭ କରିଥିବା ଦୌପଦୀଙ୍କ ପାଇଁ ଏବେ ରାଷ୍ଟ୍ରପତି ଭବନ ରାଇସିନା ହିଲର ବାଟ ଫିଟିବାକୁ ଯାଉଛି ।ପ୍ରଥମ କରି ଜଣେ ଓଡ଼ିଆ ମହିଳା ଦେଶର ରାଷ୍ଟ୍ରପତି ହେବାର ସମ୍ବାବନା ରହିଛି । ଦ୍ରୌପଦୀଙ୍କ ବିଜୟ ଏକପ୍ରକାର ନିଶ୍ଚିତ ଥିବାରୁ ଏହା ଓଡ଼ିଶା ଓ ଓଡିଆଙ୍କ ପାଇଁ ଗର୍ବର ବିଷୟ ହେବାକୁ ଯାଉଛି । ଏଥିଲାଗି ସାରା ଓଡିଶା ଆଜି ଗର୍ବ ଅନୁଭବ କରୁଛି ।

Leave A Reply

Your email address will not be published.