ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆସାମରେ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଦିନକୁ ଦିନ ବିକଟାଳ ରୂପ ନେଉଛି। ଗମ୍ଭୀର ହେବାକୁ ଲାଗିଲାଣି ସ୍ଥିତି। ଯୁଆଡେ ଚାହିଁବ କେବଳ ପାଣି ଆଉ ପାଣି । ଅନେକ ଘର ବନ୍ୟା ପାଣିରେ ବୁଡି ଗଲାଣି। ବାସହରା ହେଲେଣି ଲକ୍ଷ ଲକ୍ଷ ଲୋକ। ସେପଟେ ବନ୍ୟା ଯୋଗୁ ଏଠାରେ ଆଉ ୪ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ସେହିପରି ଆସାମର ଆଉ କିଛି ନୂଆ ଅଞ୍ଚଳରେ ବନ୍ୟା ପାଣି ପ୍ରବେଶ କରିଥିବାରୁ ରାଜ୍ୟରେ ୩୧ଟି ଜିଲ୍ଲା ପ୍ରଭାବିତ ହୋଇଛି।
ବନ୍ୟା ଜଳ ଅତି ଧୀରେ ଧୀରେ କମୁଥିବାରୁ ଅଧିକ ଲୋକ ପ୍ରଭାବିତ ହେଉଛନ୍ତି ବୋଲି ଆସାମ ଷ୍ଟେଟ୍ ଡିଜାଷ୍ଟର ମ୍ୟାନେଜ୍ମେଣ୍ଟ ଅଥୋରିଟି କହିଛି। ତାଙ୍କ କହିବା ମୁତାବକ ୬ଲକ୍ଷ ୮୦ ହଜାର ୧୧୮ ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି। ପିଟିଆଇ ମୁତାବକ, ରାଜ୍ୟରେ ନାଗାଓଁ ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି। ସେହିପରି ୨୧୪ ରିଲିଫ୍ ବଣ୍ଟନ କେନ୍ଦ୍ର କାର୍ୟ୍ୟ କରୁଛି ବୋଲି ଏଏସଡିଏମଏ ସୂଚନା ଦେଇଛି।
ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସେନା, ପାରାମିଲିଟାରୀ ଫୋର୍ସ, ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ ଉଦ୍ଧାର କ ରଖିବା ସହିତ ରିଲିଫ ପରିଚାଳନା କାର୍ୟ୍ୟ ଜାରି ରଖିଛନ୍ତି। ବନ୍ୟା ଯୋଗୁ କିଛି ଟ୍ରେନ୍ ଚଳାଚଳ ମଧ୍ୟ ବାତିଲ କରାଯାଇଛି। ଲମଦିନ ଓ ବଦରପୁର ହିଲ୍ ସେକ୍ସନରେ ଅନେକ ସ୍ଥାନରେ ପାଣି ଜମିବା ଓ ମାଟି ଅତଡ଼ା ଖସିବା କାରଣରୁ ୧୧ ଯୋଡ଼ା ଟ୍ରେନ୍ ବାତିଲ କରାଯାଇଛି। ବନ୍ୟାରେ ପ୍ରଭାବିତ ଅଞ୍ଚଳମାନଙ୍କରେ ନଦୀବନ୍ଧ, ରାସ୍ତା, ପୋଲ, ଘର ଏବଂ ଅନ୍ୟସବୁ ନିର୍ମାଣ କ୍ଷତିଗ୍ରସ୍ତ ହୋଇଥିବା ସୂଚନ ।