ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦୁର୍ବୃତ୍ତଙ୍କ ଅତର୍କିତ ଆକ୍ରମଣରେ ଗୁରୁତର ହେଲେ ଘରୋଇ ବସ୍ ହେଲ୍ପର। ସମ୍ବଲପୁର ବସଷ୍ଟାଣ୍ଡରେ ବସ୍ ହେଲ୍ପରକୁ ଛୁରାମାଡ଼ । ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ଗୁରୁତର ହେଲେ ହେଲପର । ଗୁରୁତର ହେଲପରଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଛୁରାମାଡ଼ର କାରଣ ଅସ୍ପଷ୍ଟ ଥିବା ବେଳେ ୩ ରୁ ୪ ଜଣ ଛୁରାମାଡ଼ କରିଥିବା ସୂଚନା ମିଳିଛି । ସୂଚନା ମୁତାବକ,
ଅଇଁଠାପାଲି ଘରୋଇ ବସ ଷ୍ଟାଣ୍ଡ ପରିସରରେ ଗତକାଲି ବିଳମ୍ବିତ ରାତିରେ ଜଣେ ବସ୍ ହେଲପରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଜୋରରେ ସେ ଚିତ୍କାର କରିବାରୁ ସେଠାରେ ଉପସ୍ଥିତ ବସ୍ କର୍ମଚାରୀ ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ।
ଏହା ପ୍ରତିବାଦରେ ବସ୍ କର୍ମଚାରୀମାନେ ବସ ଷ୍ଟାଣ୍ଡ ପରିସରରେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଏଥିଯୋଗୁ ଘରୋଇ ବସ୍ ଚଳାଚଳ ପ୍ରଭାବିତ ହୋଇଛି । ବସ୍ଷ୍ଟାଣ୍ଡକୁ କୌଣସି ବସ୍କୁ ପ୍ରବେଶ କରାଇ ଦିଆ ଯାଉ ନାହିଁ କିମ୍ବା ବସ ଷ୍ଟାଣ୍ଡରୁ କୌଣସି ବସ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଇ ପାରୁନାହିଁ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉତ୍ୟକ୍ତ କର୍ମଚାରୀଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ କରୁଛି ।