ବିଜେପି କର୍ମୀଙ୍କୁ ଆକ୍ରମଣ କଲେ ବିଜେଡି କର୍ମୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭଦ୍ରକରେ ନିର୍ବାଚନ ପୂର୍ବରୁ ହିଂସା । ବିଜେପି କର୍ମୀଙ୍କୁ ଆକ୍ରମଣ କଲେ ବିଜେଡି କର୍ମୀ । ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାରେ ୫ଜଣଙ୍କୁ ଗିରଫ କରିଛି ପୁଲିସ। ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ଜଣାଯାଇଛି |

ତେବେ ସୂଚନା ମୁତାବକ,  ଗତକାଲି ଅଭିଳାଷ ପଣ୍ଡା ପ୍ରଚାର ସାରି ସହ ୪୦ରୁ ୫୦ ଜଣ କର୍ମୀଙ୍କ ସହ ଫେରୁଥିଲେ। ଚାନ୍ଦବାଲି ସସିତାଦେଇପୁର ନିକଟରେ ୧୦୦ଅଧିକ ବିଜେଡି କର୍ମୀ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏଥି ସହ ଗାଡି ଭଙ୍ଗାରୁଜା ମଧ୍ୟ କରିଥିଲେ । ପରିସ୍ଥିତି ଭୟଙ୍କର ହେବାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା । ପରେ 4 ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ନିର୍ବାଚନ ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖା ଦେଇଥିବା ବେଳେ ଏନେଇ କୌଣସି ଲିଖିତ ଅଭିଯୋଗ ହୋଇନଥିବା କହିଛନ୍ତି ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଠପାଲି। ଏନେଇ ବାଂଶଡ଼ା ଥାନାରେ ଅଭିଯୋଗ କରିଥିଲେ ଅଭିଳାଷ। ଏହି ଘଟଣାର ପ୍ରତିବାଦରେ ବିଜେପି କର୍ମୀ ଓ ସମର୍ଥକମାନେ ଖପୁରିଆ ଛକରେ ରାସ୍ତାରୋକ କରିଥିଲେ। ପୁଲିସ ଏହି ଘଟଣାରେ ୫ଜଣ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ଥିବା ଜଣାଯାଇଛି। ପୁଲିସ ସେମାନଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।

Leave A Reply

Your email address will not be published.