ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଡ଼ଓଷା ପାଇଁ ଧବଳେଶ୍ୱରଙ୍କ ପୀଠ ଆଜି ଲୋକାରଣ୍ୟ । ବଡ଼ଓଷାରେ ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ରାତ୍ର ୩ଟାରେ ପହଡ଼ ଖୋଲାଯାଇ ସମସ୍ତ ପ୍ରକାର ନିତିକାନ୍ତି ସରିବା ପରେ ସାଧାରଣ ଦର୍ଶନ ନିମନ୍ତେ ଦ୍ୱାରଫିଟା ଯାଇଥିଲା। ଆଜି ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ବାବା ଧବଳେଶ୍ବରଙ୍କ ପାଖରେ ଲାଗି ହେବ ଗଜଭୋଗ ଓ ତରଣ। ବଡ଼ ଓଷା ତଥା କାର୍ତ୍ତିକ ବ୍ରତ କରିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଗଜଭୋଗ ଓ ତରଣ ପାଇବା ପରେ ବ୍ରତ ଶେଷ କରିଥାନ୍ତି।
ଆଜି ରାତି ୩ଟାରେ ଦ୍ବାର ଫିଟା ଯାଇ ୧୦୮ ଗରା ଜଳରେ ମହାସ୍ନାନ କରାଯାଇ ମଇଲମ, ମଙ୍ଗଳ ଆଳତୀ ଆଦି ସମସ୍ତ ରୀତିନୀତି କରାଯାଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଛଡ଼ା ଯାଇଥିଲା। ଓଡ଼ିଶାର ଏକମାତ୍ର ଶୈବ ପୀଠ ଧବଳେଶ୍ଵରଙ୍କ ପୀଠରେ ବଡ଼ ଓଷା ପାଳନ କରାଯାଇଥାଏ। ଏଥିରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମକୁ ଦୁଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଜି ପ୍ରବଳ ଜନସମାଗମ ହୋଇଛି। ତେବେ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ଚାଲିଛି।
ଗଜଭୋଗ ପ୍ରସ୍ତୁତି ଚାଲିଛି। ଏହି ଅବସରରେ ମହାଦେବଙ୍କଠାରେ ସ୍ୱତନ୍ତ୍ର ଭୋଗ ଲାଗିହୁଏ । ଏହାକୁ କୁହାଯାଏ ଗଜା ପିଠା । ଅରୁଆ ଚାଉଳ ଚୂନାରେ ଏହି ପିଠା ପ୍ରସ୍ତୁତ ହୁଏ । ମହାଦେବଙ୍କୁ ଅର୍ପଣ ପରେ ଭକ୍ତମାନେ ଏହାକୁ ସେବନ କରିଥାନ୍ତି । ବଡଓଷାର ମୁଖ୍ୟପୀଠ ହେଉଛି ଶ୍ରୀ ଶ୍ରୀ ଧବେଳଶ୍ୱର । କୁହାଯାଏ, ବ୍ରହ୍ମାଙ୍କ ଦ୍ୱାରା ଶାପଗ୍ରସ୍ତ ହେବା ପରେ ଦେବରାଜ ଇନ୍ଦ୍ର ଧବଳେଶ୍ୱର ପୀଠକୁ ଆସି ଶାପମୁକ୍ତ ହୋଇଥିଲେ ।
Comments are closed.