ଓଡ଼ିଆ ନ୍ୟୁଜ୍: ଚର୍ଚ୍ଚାରେ ବାବୁ ସିଂଙ୍କ ମାଡ଼ ତତ୍ତ୍ବ । ରାସ୍ତାରେ ଦେଖିଲେ ମଦୁଆଙ୍କୁ ମାଡ଼ ହେବ ବୋଲି ଖୋଲା ଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି ଏକାମ୍ର ବିଧାୟକ । ସେପଟେ ନିଶାମୁକ୍ତ ଓଡ଼ିଶା ପାଇଁ କଠୋର ଅବକାରୀ ଆଇନ୍ ଆଣୁଛନ୍ତି ରାଜ୍ୟ ସରକାର । ବେଇଆଇନ ନିଶାମୁକ୍ତ ଅଭିଯାନ ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।
ଅବକାରୀ ବିଭାଗ ପକ୍ଷରୁ ନିଶା ନୁହେଁ ଜୀବନ ସଂକଳ୍ପ କାର୍ଯ୍ୟକ୍ରମ ଚାଲିଥିଲା ଲୋକସେବା ସମ୍ମିଳନୀ କକ୍ଷରେ । ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ ସଚିବ ଓ ତମାମ ଅଧିକାରୀ ଉପସ୍ଥିତ ଥିଲେ । ହଠାତ୍ ଭାଷଣ ଦେଉ ଦେଉ ବାବୁ ସିଂ କହିଲେ ମଦୁଆଙ୍କୁ ରାସ୍ତାରେ ଦେଖିଲେ ମାଡ଼ ମରାଯିବ । ଆଉ ଭୁବନେଶ୍ବରରୁ ଆରମ୍ଭ ହେବ ମଦ ବନ୍ଦ ଅଭିଯାନ । ପୁଲିସ ବାହିନୀ କଡ଼ା ପଦକ୍ଷେପ ସହ ସଂକଳ୍ପ ନିଅନ୍ତୁ । ପ୍ରତି ବର୍ଷ ୧୦ ଲୋକଙ୍କ ନିଶା ଛଡ଼ାଇବାକୁ ସଂକଳ୍ପ ନେବି ।