ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କରୋନା କଟକଣା ହଟିବା ପରେ ଦୀର୍ଘ ୨ ବର୍ଷ ପରେ ଏଥର ଧୁମଧାମରେ ହେବ ଦୁର୍ଗାପୂଜା । ଏଥିପାଇଁ ଆରମ୍ଭ ହୋିଛି ଜୋରଦାର ପ୍ରସ୍ତୁତି । ବିଶେଷକରି କଟକରେ ଦୁର୍ଗାପୂଜା ଓଡ଼ିଶା ପ୍ରସିଦ୍ଧ ଥିବାରୁ କଟକ ସହର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇ ଉଠିଛି । କଟକର ସମସ୍ତ ପୂଜା କମିଟି ଏନେଇ ପ୍ରସ୍ତୁତି କରିବାରେ ଳାଗିଛନ୍ତି । କିଏ ସୁନ୍ଦର ମୂର୍ତ୍ତି ତିଆରି କରୁଛି ତ ଆଉ କିଏ ଚାନ୍ଦି ମେଢ ତିଆରି କରିବାରେ ବ୍ୟସ୍ତ । ଅନେକ ପୂଜା କମିଟି ପୂଜା ମଣ୍ଡପରେ ସୁଉଚ୍ଚ ତୋରଣ କରିବାରେ ବ୍ୟସ୍ତ । ବିଶେଷକରି କଟକ ବାଦାମବାଦି ପୂଜା କମିଟି ଏଥର ପୂଜା ମଣ୍ଡପରେ ବାହୁବଳି ସେଟ୍ ଆକାରରେ ତୋରଣ କରିବେ ବୋଲି ସୂଚନା ମିଳିଛି । ଏନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇସାରିଲାଣି । ସେପଟେ ଖାନନଗର ପୂଜା କମିଟି ପକ୍ଷରୁ ଅମରନାଥ ଗୁମ୍ଫା ଆକରରେ ତୋରଣ ପ୍ରସ୍ତୁତି ଚାଲିଛି ।
କଟକରେ ଦୁର୍ଗାପୂଜା ଦେଖିବାକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକେ ଛୁଟି ଆସିଥାନ୍ତି ଏହି ସିଲଭର ସିଟି । ସୁଉଚ୍ଚ ତୋରଣ ସାଙ୍ଗକୁ ବିରାଟକାୟ ମୂର୍ତ୍ତି ଓ ଚାନ୍ଦି ମେଢ କଟକରେ ବନ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥାଏ । ସାରା କଟକ ସହରରେ ଆକର୍ଶଣୀୟ ଆଲୋକ ସଜ୍ଜା ମଧ୍ୟ ଦର୍ଶକଙ୍କ ମନ ମୋହିଥାଏ । କରୋନା କଟକଣା କମିଥିବାରୁ ସବୁ ପୂଜା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିବ । ରାତି ୧୨ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ ବୋଲି ଗାଇଡ ଲାଇନ ମଧ୍ୟ ରହିଛି । ସେପଟେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ପ୍ରଶାସନ ପକ୍ଷରୁ କଡ଼ାକଡ଼ି କରାଯାଇଛି । ସମଗ୍ର ଟ୍ୱିନ୍ ସିଟି ସିସିଟିଭି ନଜରରେ ରହିବ ।