ଓଡ଼ିଆ ନ୍ୟୁଜ୍:ଆଜି ହେବ ବଳଙ୍ଗା ପୀଡିତାଙ୍କର ଅନ୍ତିମ ସଂସ୍କାର । ଦିଲ୍ଲୀ ଏମସରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ବଳଙ୍ଗା ପୀଡ଼ିତାଙ୍କ ମୃତଦେହ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବରରେ ପହଞ୍ଚିଥିଲା। ଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନରେ ପୀଡ଼ିତାଙ୍କ ପାର୍ଥିବ ଶରୀର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ବଳଙ୍ଗା ଥାନା ଅନ୍ତର୍ଗତ ପୈତୃକ ଗ୍ରାମ ବାୟାବରର ନୂଆ ଗୋପାଳପୁର ନିଆଯାଇଛି ।ଆଉ କିଛି ସମୟ ପରେ କରାଯିବ ଶେଷକୃତ୍ୟ । ନମାଜ ପାଠ ପରେ କବର ସ୍ଥାନକୁ ନିଆଯିବ ବଳଙ୍ଗା ପୀଡ଼ିତାଙ୍କ ମୃତଦେହ । ଏବେ ପୁଲିସ କଡ଼ା ସୁରକ୍ଷା ବଳୟରେ ରହିଛି ପୀଡ଼ିତାଙ୍କ ଗାଁ ବାୟାବର ଶେଷଯାତ୍ରାରେ ବଳଙ୍ଗା ପୀଡ଼ିତା ।