ଓଡ଼ିଶା ଆସିବ ବଳଙ୍ଗା ପୀଡ଼ିତାଙ୍କ ମରଶରୀର

0

ଓଡ଼ିଆ ନ୍ୟୁଜ୍:ଆଜି ଓଡ଼ିଶା ଆସିବ ପୀଡ଼ିତାଙ୍କ ମରଶରୀର । ଦିଲ୍ଲୀରେ ଶବ ବ୍ୟବଚ୍ଛେଦ ପରେ ଆସିବ ମରଶରୀର । ଗତକାଲି ୧୪ ଦିନର ସଂଘର୍ଷ ପରେ ଆଖି ବୁଜିଛନ୍ତି ପୀଡ଼ିତା । ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ଶୋକର ଛାୟା । ଅପରାହ୍ଣରେ ପୀଡ଼ିତାଙ୍କ ମରଶରୀର ଭୁବନେଶ୍ବରରେ ପହଞ୍ଚିବ। ଏହା ପରେ ବଳଙ୍ଗା ସ୍ଥିତ ଗାଁକୁ ନିଆଯିବ ।

ସେଠାରେ ସମସ୍ତ ପ୍ରକ୍ରିୟା ଶେଷ କରାଯିବ । ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ସଂଧ୍ୟା ୬ଟା ୨୨ରେ ମୃତ୍ୟ ହୋଇଛି । ସଂଧ୍ୟା ୫ଟା ୧୫ରୁ ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ଅବନତି ହୋଇଥିଲା । ସମସ୍ତ ଉଦ୍ୟମ ସତ୍ତ୍ବେ ତାଙ୍କୁ ବଞ୍ଚାଇବା ସହଜ ହୋଇନଥିଲା ।ପୀଡ଼ିତାଙ୍କ ମୃତ୍ୟୁ ପରେ ତାଙ୍କ ଗାଁ ବଳଙ୍ଗା ବାୟାବରରେ ବଢାଯାଇଛି ସୁରକ୍ଷା ବ୍ୟବସ୍ଥା । ତାଙ୍କ ଘର ଆଗରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏକପ୍ରକାର ଜନଶୂନ୍ୟ ହୋଇଯାଇଛି ତାଙ୍କ ଗାଁ । ୧୪ ଦିନ ପରେ ହଠାତ୍ ପୀଡ଼ିତାଙ୍କର ମୃତ୍ୟୁ ହେବା ଘଟଣାକୁ କେହି ବିଶ୍ବାସ କରିପାରୁ ନାହାନ୍ତି । ସମଗ୍ର ବାୟାବରର ଗୋପାଳପୁର ପଡ଼ା ସ୍ତବ୍ଧ ହୋଇଯାଇଛି।

Leave A Reply

Your email address will not be published.