ଭିଜିଲାନ୍ସ ଜାଲରେ RI

0

ଓଡ଼ିଆ ନ୍ୟୁଜ୍: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ RI।ବନ୍ତଳସିଂହ ସର୍କଲ RI ଜୀବନକୃଷ୍ଣ ପରିଡ଼ା ଧରାପଡ଼ିଲେ।କିସମ ପରିବର୍ତ୍ତନ ପାଇଁ ୬୦ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ। ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ RI ଜୀବନ କୃଷ୍ଣ ପରିଡ଼ା ୬ଟି ପୈତୃକ ପ୍ଲଟର ମ୍ୟୁଟେସନ ଆବେଦନ ପାଇଁ କେସ୍ ପିଛା ୧୫,୦୦୦ ଟଙ୍କା ହିସାବରେ ମୋଟ ୯୦,୦୦୦ ଟଙ୍କା ଦାବି କରିଥିଲେ। ଅଭିଯୋଗକାରୀଙ୍କ ବାରମ୍ବାର ଅନୁରୋଧ ପରେ, ପରିଡ଼ା ଲାଞ୍ଚ ରାଶିକୁ ୬୦,୦୦୦ ଟଙ୍କାକୁ କମାଇ ଦେଇଥିଲେ।

ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହେବା ପରେ ଏକ ଜାଲ ବିଛାଯାଇଥିଲା। RI ପରିଡ଼ା ୬୦,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବାବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା। ଭିଜିଲାନ୍ସ ଟିମ୍ ପରିଡ଼ାଙ୍କଠାରୁ ସମ୍ପୂର୍ଣ୍ଣ ୬୦,୦୦୦ ଟଙ୍କା ଲାଞ୍ଚ ଟଙ୍କା ଜବତ କରିଛି।

Leave A Reply

Your email address will not be published.