ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କାଳୀ ପୂଜା ପାଇଁ ଉତ୍ସବ ମୁଖର ବାସୁଦେବପୁର। ସାରା ଓଡ଼ିଶା ରେ କାଳୀ ପୂଜା ପାଇଁ ଭଦ୍ରକ ଜିଲ୍ଲା ପ୍ରସିଦ୍ଧ ହୋଇଥିବା ବେଳେ ଜିଲ୍ଲାର ବାସୁଦେବପୁର ବ୍ଲକ ମଧ୍ୟ ଅନ୍ୟତମ ପ୍ରସିଦ୍ଧ ସ୍ଥାନ। କାଳୀ ପୂଜା ବାସୁଦେବପୁର ରେ ଦୀର୍ଘ ଦିନ ଚାଲିଥିବା ବେଳେ ଏହା ବହୁ ବର୍ଷ ଧରି ଅନୁଷ୍ଟିତ ହୋଇ ଆସୁଛି। ଚଳିତ ବର୍ଷ ମଧ୍ୟ ଉତ୍ସବ ମୁଖର ହୋଇ ଯାଇଛି ସାରା ବାସୁଦେବପୁର।
ବାସୁଦେବପୁର ରେ ମୁଖ୍ୟ ବଜାର କାଳୀ ମନ୍ଦିର,, ତାରିଣୀ ଛକ କାଳୀ ମଣ୍ଡପ, ହାଇସ୍କୁଲ କାଳୀ ମଣ୍ଡପ, ବ୍ଲକ୍ କାଳୀ ମଣ୍ଡପ ରେ ମା ଙ୍କ ପୂଜା ବେଶ ଆଡମ୍ବର ରେ ଧୁମ୍ ଧାମରେ ପାଳନ ହୋଇ ଯାଇଛି। ରଙ୍ଗିନ ଆଲୋକ ସଜ୍ଜା ସହ ଅନ୍ୟାନ୍ୟ ଆକର୍ଷଣ ଲୋକ ମାନଙ୍କ ମନ ମୁଗ୍ଧ କର ହେବା ପାଇଁ ସଜା ସଜି ହୋଇଛି। ରାଜ୍ୟ ଓ ରାଜ୍ୟ ବାହାରୁ ଦୋକାନୀ ମାନେ ଆସି ବ୍ୟବସାୟ ପ୍ରତିଷ୍ଠାନ କରନ୍ତି ତା ସହ ମିନା ବଜାର ଲୋକ ମାନଙ୍କ ପାଇଁ ହୋଇଛି।
ବାସୁଦେବପୁର ରେ ଛ ଟି ଯାତ୍ରା ପାର୍ଟି ପକ୍ଷରୁ ବିଭିନ୍ନ ନାଟକ ଅନୁଷ୍ଟିତ ହେବ ବୋଲି ଜଣା ଯାଇଛି। ବାସୁଦେବପୁର ରେ କାଳୀ ପୂଜା ଦେଖିବାକୁ ବିଭିନ୍ନ ସ୍ଥାନ ରୁ ଲୋକ ମାନଙ୍କ ପ୍ରବଳ ଗହଳି ଲାଗିଯାଏ। ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପାଖା ପାଖି କୋଡ଼ିଏ ଦିନ ଧରି ବାସୁଦେବପୁର ଉତ୍ସବ ମୁଖର ରହିବ ବୋଲି ଜଣା ପଡିଛି।