ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କଳାକାରଙ୍କ ବିଭିନ୍ନ ସମସ୍ୟା କୁ ନେଇ ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ | ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ତଥା ରାୟଗଡ଼ା ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ସନ୍ତୋଷ କୁମାର ବଛାଙ୍କ ନେତୃତ୍ଵରେ ସ୍ଥାନୀୟ ସମସ୍ତ ଲୋକକଳା କଳାକାର ଏକତ୍ର ହୋଇ ଶିବ ମନ୍ଦିରରେ ଦୀପ ପ୍ରଜ୍ବଳନ କରି ସାଂସ୍କୃତିକ ପଦଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରା ଯାଇଛି ଯାହା କଳାକାରଙ୍କ ଦ୍ଵାରା ପୂଜନ ବନ୍ଦନା ଓ ପୁଷ୍ପାଞ୍ଜଳି କରିବା ପରେ ବଡ଼ବାବୁ ବିଶ୍ଵନାଥ ଗମାଙ୍ଗ, ବି ଏସ ଏସ ଓ ତଥା କଳା ସଂସ୍କୃତି ସଂଘ ସମ୍ପାଦକ ବିଶ୍ୱଜିତ ସିଂ ଓ ବ୍ଲକ୍ ଅଧିକାରୀଙ୍କ ଉପସ୍ଥିତିରେ ଏହି ଦାବୀପତ୍ରକୁ ଗ୍ରହଣ କରିଥଲେ।

ଏହି ଦାବିପତ୍ରରେ ଦଶଟି ମୁଖ୍ୟ ବିଷୟବସ୍ତୁ ମଧ୍ୟରୁ କଳାକାରଙ୍କୁ ଅଭ୍ୟାସ ଓ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ ପାଇଁ ପ୍ରତି ପଞ୍ଚାୟତ ଓ ବ୍ଲକରେ କଳାକାର ଭବନ ନିର୍ମାଣ କରିବା, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଅନ୍ତର୍ଗତ ଚୟନ ପ୍ରକ୍ରିୟା ଯଥା ଶୀଘ୍ର କରିବା , ସରକାରୀ ସ୍ତରରେ ହେଉଥିବା ବିଭିନ୍ନ ଜନ କଲ୍ୟାଣ ସମ୍ପର୍କିତ ଉତ୍ସବରେ କଳାକାରଙ୍କୁ କଳା ପରିବେଷଣ କରିବା ସହ ପାରିଶ୍ରମିକ ପ୍ରଦାନ କରିବା, ବିଭିନ୍ନ ବିଭାଗ ସମ୍ପର୍କିତ ଜନ ହିତକର ଯୋଜନା ଗୁଡ଼ିକର ପ୍ରଚାର ପ୍ରସାର ପାଇଁ ପ୍ରଚାର ରଥ ପରିବର୍ତ୍ତେ ସ୍ଥାନୀୟ କଳାକାରଙ୍କୁ ସୁଯୋଗ ଦେବା, କଳାକାରଙ୍କୁ ପୋଷାକ ଓ ବାଦ୍ୟଯନ୍ତ୍ର ପ୍ରଦାନ କରିବା, କଳାକାରଙ୍କ ପାଇଁ ପ୍ରଶିକ୍ଷଣ ଶିବିର ବ୍ୟବସ୍ତା କରିବା, ବ୍ଲକ କଳା ସଂସ୍କୃତି ସଂଘକୁ ଅଧିକ ସକ୍ରିୟ ଓ ତ୍ୱରାନ୍ୱିତ କରିବା, ସୁପ୍ତ ଓ ଲୁକାୟତ ଲୋକକଳା କଳାକାର ଙ୍କୁ ଲୋକଲୋଚନ କରିବା ପାଇଁ ଅଧିକ ପ୍ରସ୍ଚାହନ କରିବା, ଆଦିବାସୀ ଓ ଡ଼ଙ୍ଗରିଆ କନ୍ଧ କଳା ସଂସ୍କୃତି, ପରମ୍ପରା ଓ ଆଞ୍ଚଳିକ ଐତିହ୍ୟକୁ ବଞ୍ଚେଇ ରଖିବା ପାଇଁ ସଂଗ୍ରହାଳୟ ନିର୍ମାଣ କରିବା, ମାସିକ ସମୀକ୍ଷା ବୈଠକ ବ୍ଲକ ସ୍ତରରେ ଓ ତିନି ମାସକୁ ଥରେ ଜିଲ୍ଲା ସ୍ତରରେ ବୈଠକ କରିବା ପାଇଁ ଏହି ଦାବୀପତ୍ର ରେ ଉଲ୍ଲେଖ ରହିଥିଲା।

ଏହି ଦାବିପତ୍ର ଦେବା ସମୟରେ ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ସନ୍ତୋଷ କୁମାର ବଛା କଳାକାର ବିଶ୍ଵନାଥ ମାଣ୍ଡିକା ବାମ ସିକକା ସୁରେଶ ବିଡ଼ିକା, ଡିଉ କାଡ୍ରାକା, ସୁଭଦ୍ରା କାଡ୍ରାକା, ଦାଶରିଆ କାଡ୍ରାକା, କୀର୍ତ୍ତି କାଡ୍ରାକା, ପୁଷ୍ପା ହାତୀ , ଶତାଧିକ ସ୍ଥାନୀୟ କଳାକାର ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.