ସାବଧାନ! ରାତିରେ ନଖାଇ ଶୋଇପଡୁଛନ୍ତିକି?

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆଧୁନିକ ଜୀବନ ଶୈଳୀରେ ଦିନସାରା କାମ ଚାପ ଏବଂ ସନ୍ଧ୍ୟାରେ ଥକାପଣ ଯୋଗୁ ଅଧିକାଶଂ ଲୋକ ରାତିରେ ଖାଦ୍ୟ ନ ଖାଇ ଶୋଇ ପଡିଥାନ୍ତି । ଆପଣ କେବେ କେମିତି ଏପରି କରୁଥିବେ । କିନ୍ତୁ ଯଦି ଆପଣଙ୍କ ଏହି ଅଭ୍ୟାସ ନିତିଦିନିଆ ଅଭ୍ୟାସରେ ପରିଣତ ହୁଏ । ତାହାଲେ ଏହା ଆପଣଙ୍କ ପାଇଁ ଖରାପ ହୋଇପାରେ । ଖାଲି ପେଟରେ ଶୋଇବା ଦ୍ୱାରା ଅନେକ ରୋଗ ହେବାର ଆଶଙ୍କା ଥାଏ । ତେବେ ଆପଣ ଯଦି ଏହିପରି କରୁଥାନ୍ତି, ତାହାଲେ ଆପଣ କେଉଁ ସବୁ ସମସ୍ୟାରେ ପଡିପାରନ୍ତି, ଜାଣନ୍ତୁ ।

୧)  ଶରୀରରେ ଶକ୍ତି କମ୍‌ ହୋଇଥାଏ
ବହୁତ ଲୋକ ଭାବନ୍ତି ଯେ, ରାତିରେ ଶରୀରକୁ ଖାଇବାର ଆବଶ୍ୟକତା ନଥାଏ । କିନ୍ତୁ ହେଲଥ୍‌ ଏକ୍ସପଟ୍‌ଙ୍କ କହିବା ଅନୁସାରେ, ଆମ ଶରୀର ୨୪ ଘଣ୍ଟା ଶକ୍ତି ଉତ୍ପାଦନ କରିଥାଏ । ଏଥିପାଇଁ ଶରୀରକୁ ଖାଦ୍ୟର ଆବଶ୍ୟକତା ପଡିଥାଏ । ଯେଉଁ ପୁରୁଷମାନେ ରାତିରେ ଖାଇବା ପୂର୍ବରୁ ଏନର୍ଜି ଡ୍ରିଙ୍କ୍‌ ପିଇଥାନ୍ତି, ସେମାନଙ୍କ ଶରୀରରେ ଏନର୍ଜିର କମ୍‌ ହୋଇନ ଥାଏ । ସେହିଭଳି ରାତିରେ ଆପଣ ଖାଲି ପେଟରେ ଶୋଇବା ଯୋଗୁ ତା ପର ଦିନ ଆପଣ ଥକାପଣ ଅନୁଭବ କରିପାରନ୍ତି ।

୨) ମେଟାବଲିଜିମ୍‌ ଉପରେ ପ୍ରଭାବ ପକାଇ ପାରେ- ଯେଉଁ ଲୋକମାନେ ରାତିରେ ନ ଖାଇ ଶୋଇବାର ଅଭ୍ୟାସ ଥାଏ ସେମାନଙ୍କର ମେଟାବଲିଜିମ୍‌ ଉପରେ ଖରାପ ପ୍ରଭାବ ପକାଇଥାଏ । ମେଟାବଲିଜିମ୍‌ ଆମ ଶରୀରରେ ଶକ୍ତି ଉତ୍ପାଦନ କରିବାରେ ସାହାଯ୍ୟ କରିଥାଏ । ଏହା ସହ ଖାଲିପେଟରେ ଶୋଇବା ଦ୍ୱାରା ଆମ ଶରୀରରେ କୋଲେଷ୍ଟ୍‌ରୋଲ୍‌ ଲେବଲ୍‌ ଏବଂ ଥାଇରଏଡ୍‌ ହେବାର ବହୁତ ସମ୍ଭାବନା ଥାଏ । ଏହି ଅଭ୍ୟାସ ଶରୀରରେ ଅନେକ ରୋଗ ସୃଷ୍ଟି କରିପାରେ ।

୩) ଶୋଇବାରେ ଅସୁବିଧା ଖାଲି ପେଟରେ ଶୋଇବା ଦ୍ୱାରା ଅଧା ରାତିରେ ଆପଣଙ୍କ ପେଟରେ ଖାଦ୍ୟ ନଥିବାରୁ ପେଟ କାଟିବା ସମସ୍ୟା ମଧ୍ୟ ଦେଖା ଦେଇପାରେ । ଏଥିପାଇଁ ଆପଣଙ୍କ ନିଦ ପୂରା ହୋଇପାରେ ନାହିଁ ।  ଆପଣ ତା ପରଦିନ ଅସୁସ୍ଥ ଏବଂ ଚିଡ୍‌ଚିଡା ଅନୁଭବ କରିଥାନ୍ତି । ଏଥିପାଇଁ ଆପଣ ନିଦ ପୂରା କରିବାକୁ ଚୁହଁଥାନ୍ତି, ତାହାଲେ ରାତିରେ ଖାଇକି ଶୁଅନ୍ତୁ ।

୪) ଓଜନ ବଢିଥାଏବହୁ ଲୋକଙ୍କର ଓଜନ ବଢିବା ସମସ୍ୟା ଥାଏ । ସେମାନେ କମ୍‌ ଖାଇକି ମଧ୍ୟ ଓଜନ ବଢିଥାଏ । ଯଦି ଆପଣ ଭାବୁଛନ୍ତି ଯେ, ନ ଖାଇକି ଶୋଇବା ଦ୍ୱାରା ଆପଣଙ୍କ ଓଜନ କମ୍‌ ହେବ, ତାହାଲେ ଆପଣ ଭୁଲ୍‌ ଭାବୁଛନ୍ତି । ଏହା ଆପଣଙ୍କ ଓଜନକୁ ବଢାଇଥାଏ । ହେଲଥ୍‌ ଏକ୍ସପଟ୍‌ଙ୍କ ଅନୁସାରେ ରାତିରେ କମ୍‌ ଖାଇବା ଆବଶ୍ୟକ । ଆପଣ କିନ୍ତୁ ନ ଖାଇ ଶୋଇବା ଯୋଗୁ ଅସୁବିଧାରେ ପଡିପାରନ୍ତି ।

୫) ଶରୀରରେ ନ୍ୟୁଟ୍ରିସନ୍‌ର କମ୍‌ ହୋଇଥାଏ  ରାତିରେ ଖାଲି ପେଟରେ ଶୋଇବା ଯୋଗୁ ଆପଣଙ୍କ ଶରୀରରେ ନ୍ୟୁଟ୍ରିସନ୍‌  କମ୍‌ ହୋଇପାରେ । ହେଲଥ୍‌ ଏକ୍ସପଟ୍‌ଙ୍କ ଅନୁସାରେ ଶରୀରକୁ ସୁସ୍ଥ ରଖିବା ପାଇଁ ନ୍ୟୁଟ୍ରିସନ୍‌ର ଆବଶ୍ୟକତା ପଡିଥାଏ । କିନ୍ତୁ ରାତିରେ ଖାଲି ପେଟରେ ଶୋଇବା ଯୋଗୁ ଏହା କମ୍‌ ହୋଇଥାଏ । ଏଥିପାଇଁ ମଧ୍ୟ ଶରୀରରେ ସମସ୍ୟା ଦେଖା ଦେଇପାରେ ।

Leave A Reply

Your email address will not be published.