ଭାରତ-ପାକିସ୍ତାନ ଟକ୍କର, ବୋଲିଂ କରିବ ଭାରତ

0

ଓଡ଼ିଆ ନ୍ୟୁଜ୍: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲ୍ ମୁକାବିଲା। ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ପାକିସ୍ତାନ। ଭାରତୀୟ ଦଳ ଅପରିବର୍ତ୍ତିତ, ପାକିସ୍ତାନ ଟିମ୍‌ରେ ଗୋଟିଏ ପରିବର୍ତ୍ତନ।ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଛି ଭାରତ। ଅଧିନାୟକ ଆୟୁଷ ମାତ୍ରେ ବିପକ୍ଷ ପାକ୍ ଉପରେ ଆରମ୍ଭରୁ ଚାପ ପକାଇବା ପାଇଁ ବୋଲରଙ୍କୁ କହିବେ ।

 

ସୁପର ସଣ୍ଡେର ସୁପର ମୁକାବିଲା । ରବିବାର ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ । ଅଣ୍ଡର-19 ଏସିଆ କପ୍ ଫାଇନାଲରେ ଦୁବାଇରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍ ମୁକାବିଲା । ରବିବାର ସକାଳ ସାଢେ 10ଟାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅଣ୍ଡର-19 ଏସିଆ କପ୍ ପାଇଁ ଟାଇଟଲ୍ ଟକ୍କର ହେବ । ଯାହାକୁ ନେଇ ଫ୍ୟାନ୍ସ ଉତ୍ସାହିତ ଅଛନ୍ତି ।

ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ଏବେ ରବିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ। ଭାରତୀୟ ଦଳ ରେକର୍ଡ ଅଷ୍ଟମ ଥର ପାଇଁ ଏସିଆ କପ୍ ଫାଇନାଲ୍ ଖେଳିବ। ଅନ୍ୟପକ୍ଷରେ ପାକିସ୍ତାନ କେବଳ ଚତୁର୍ଥ ଥର ପାଇଁ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବି ମ୍ୟାଚ୍ ହାରି ନଥିବା ବେଳେ ଟାଇଟଲ୍ ଦାବିଦାର ଭାବରେ ଏହି ଫାଇନାଲରେ ପ୍ରବେଶ କରିଛି ।

Leave A Reply

Your email address will not be published.