ଓଡ଼ିଆ ନ୍ୟୁଜ୍: ଗିରଫ ହେଲେ ଜଗତସିଂହପୁର ରାହାମା ଫରେଷ୍ଟ ରେଞ୍ଜର। ରାହାମା ଫରେଷ୍ଟ ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟ ଗିରଫ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ରେଞ୍ଜରଙ୍କର ୨ଟି କୋଠା ସହ ୫ଟି ମୂଲ୍ୟବାନ ପ୍ଲଟ ଠାବ। ୨୫୦ ଗ୍ରାମ୍ ସୁନା ସହ ନଗଦ ୩.୬୯ ଲକ୍ଷ ଟଙ୍କା ଜବତ। ରେଞ୍ଜରଙ୍କର ୮୦.୬୮ ଲକ୍ଷ ଟଙ୍କାର ଡିପୋଜିଟ୍ ମଧ୍ୟ ଠାବ।
୧୯୬୬ ଜୁନ୍ ୪ ତାରିଖରେ ଜନ୍ମିତ ଶ୍ରୀ ସାମନ୍ତରାୟ ୨୬.୧୧.୧୯୮୫ରେ ଫରେଷ୍ଟର ଭାବରେ ସରକାରୀ ଚାକିରିରେ ପ୍ରବେଶ କରିଥିଲେ ଏବଂ ମାସିକ ୧୫୦୦ ଟଙ୍କା ଦରମା ପାଇଥିଲେ। ତା’ପରେ, ୧୫.୯.୨୦୨୧ରେ ଡେପୁଟି ରେଞ୍ଜର ଭାବରେ ପଦୋନ୍ନତି ପାଇ ସେ ଜଙ୍ଗଲ ବିଭାଗ (କ୍ଷେତ୍ର) ଅନୁଗୁଳରେ ଯୋଗ ଦେଇଥିଲେ। ପୁନର୍ବାର ୩୧.୦୮.୨୦୨୩ ରେ ଶ୍ରୀ ସାମନ୍ତରାୟଙ୍କୁ ରେଞ୍ଜର ପଦବୀରେ ପଦୋନ୍ନତି ଦିଆଯାଇଥିଲା ଏବଂ ସେ ଜଗତସିଂହପୁରର ରାହାମା ଫରେଷ୍ଟ ରେଞ୍ଜରେ ଯୋଗ ଦେଇଥିଲେ। ସେ ଆଜି ପର୍ଯ୍ୟନ୍ତ ଜଗତସିଂହପୁରରେ ଏହି ପଦବୀରେ କାର୍ଯ୍ୟ କରିଆସୁଛନ୍ତି। ଶ୍ରୀ ସାମନ୍ତରାୟ ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରାୟ ୪ ଦଶନ୍ଧି ଧରି କାର୍ଯ୍ୟ କରିଆସୁଛନ୍ତି।