ସାବଧାନ; ରାଜ୍ୟ ସରକାରଙ୍କ ତଦନ୍ତକାରୀ ସଂସ୍ଥା

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ଚାଲିଛି ଟଙ୍କା ବଦଳା । ଗରିବଙ୍କୁ ମୋହରା ବନାଇ ବଦଳା ଯାଉଛି ୨ ହଜାର ଟଙ୍କିଆର ପୁଳା ପୁଳା ନୋଟ । ତେବେ ରିଜର୍ଭ ବ୍ୟାଙ୍କରେ ଦୁଇ ହଜାର ଟଙ୍କିଆ ନୋଟ ବଦଳ କରୁଥିବା ଲୋକଙ୍କ ତଥ୍ୟ ସଂଗ୍ରହ କରିଛି ରାଜ୍ୟ ସରକାରଙ୍କ ତଦନ୍ତକାରୀ ସଂସ୍ଥା ।  ଗତ ଦୁଇ ଦିନ ଧରି ଭୁବନେଶ୍ବର RBI ଆଗରେ ଲାଗୁଥବା ଏହି ଲମ୍ବା ଲାଇନକୁ ନେଇ ସାରା ରାଜ୍ୟରେ ଏବେ ଚର୍ଚ୍ଚା ।

ଏହା ପଛରେ କେଉଁ ରାକେଟ୍ କାମ କରୁଛି ? ଏମାନଙ୍କୁ ନେଇ ଅନେକ ପ୍ରଶ୍ନ । ଏହା ଜଣାପଡ଼ିବା ପରେ ବୁଧବାର ହଠାତ୍ ପହଞ୍ଚି ତନାଘନା ଆରମ୍ଭ କରିଥିଲେ ଇଓଡବ୍ଲ୍ୟୁ ଓ ଇଡି ଟିମ୍‌।ମିଳିଥିବା ସୂଚନା ଅନୁସାରେ, ଲୋକଙ୍କ ଆଧାରକାର୍ଡ ଯାଞ୍ଚ ସହ ଟଙ୍କାର ଉତ୍ସ ବୁଝିଥିଲେ ଟିମ୍। ପ୍ରଥମେ ଇଓଡବ୍ଲ୍ୟୁ ଓ ପରେ ଇଡିର ସ୍ବତନ୍ତ୍ର ଟିମ୍ କରିଥିଲା ଛାନଭିନ୍। ତେବେ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଏବେ ଏହି କାରବାରରେ ସଂପୃକ୍ତ କିଛି ଦଲାଲ ଗାୟବ ହୋଇଯାଇଥିବା ଜଣାପଡ଼ିଛି। ଗତ ୫ ଦିନର ସିସିଟିଭି ଫୁଟେଜ ନେଇଛନ୍ତି ଦୁଇ ତଦନ୍ତକାରୀ ସଂସ୍ଥା।

ତେବେ ୨୦୦୦ ନୋଟ୍ ଅପସାରଣ ପରେ ଏବେ ସୁଦ୍ଧା ଆରବିଆଇ ପାଖକୁ ଫେରିଲାଣି ୯୭ ପ୍ରତିଶତ ନୋଟ୍ । ଏନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ୯୭% ଆସିଥିବା ବେଳେ ଆଉ ମାତ୍ର ୩ ପ୍ରତିଶତ ଆସିବାକୁ ବାକି ରହିଛି । ତେବେ ୩% ହିସାବରେ ଆଉ ୧୦ ହଜାର କୋଟି ଟଙ୍କା ଆସିବା ବାକି ରହିଛି । ମେ’ ୧୯ରୁ ଅକ୍ଟୋବର ୭ ତାରିଖ ଯାଏଁ ଦେଶର ସମସ୍ତ ବ୍ୟାଙ୍କର ଶାଖାରେ ୨ ହଜାର ଟଙ୍କିଆ ନୋଟ୍ ବଦଳ ଓ ଜମା ପାଇଁ ସମୟ ଦେଇଥିଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ଏହାପରେ ବର୍ତ୍ତମାନ କେବଳ RBIର ଆଞ୍ଚଳିକ କାର୍ଯ୍ୟାଳୟରେ ହିଁ ନୋଟ୍ ବଦଳ ହେଉଛି । ଆରବିଆଇ ଭୁବନେଶ୍ବରର ଆଞ୍ଚଳିକ କାର୍ଯ୍ୟାଳୟରେ ଦୈନିକ ପ୍ରାୟ ୨ କୋଟି ଟଙ୍କା ମୂଲ୍ୟର ୨ ହଜାର ଟଙ୍କିଆ ନୋଟ୍ ଫେରୁଥିବା ଜଣାପଡିଛି ।

Leave A Reply

Your email address will not be published.