କ୍ରିକେଟ୍ ବିଶ୍ୱକପ୍ ପ୍ରୋଟିଜ୍ ପ୍ରହାରରେ କିୱି ଘାଇଲା
ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଚଳିତ ବିଶ୍ୱକପରେ ଘଡିକେ ଘୋଡା ଛୁଟୁଛି । ବିଶେଷକରି ପଏଟଂ ତାଲିକାର ପ୍ରଥମ ୪ଟି ସ୍ଥାନରେ ଅଦଳବଦଳ ଦେଖିବାକୁ ମିଳୁଛି । କିଏ ଉପରକୁ ଯାଉଛି ତ ଆଉ କିଏ ତଳକୁ ଖସୁଛି । ଏହି ବିଶ୍ୱକପର ୩୨ତମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବା ପ୍ରୋଟିଜ ୧୯୦ ରନର ବଡ ବ୍ୟବଧାନରେ ନୁ୍ୟଜଲ୍ୟାଣ୍ଡ ବା କିୱି ଦଳକୁ ହରାଇ ଘାଇଲା କରିଛି । ଫଳରେ ଦକ୍ଷିଣ ଆଫ୍ରିକା ୧୨ ପଏଂଟ ସହ ତାଲିକାର ଶୀର୍ଷକୁ ଉଠିଛି । ପ୍ରଥମ ସ୍ଥାନରେ ଥିବା ଭାରତ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି । ସେହିପରି ତୃତୀୟ ସ୍ଥାନରେ ଥିବା ନୁ୍ୟଜଲ୍ୟାଣ୍ଡ ଚତୁର୍ଥ ସ୍ଥାନକୁ ଖସି ଆସିଛି ।
ଚତୁର୍ଥ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ବୁଧବାର ପୁଣେ ଏମସିଏ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ନୁ୍ୟଜିଲ୍ୟାଣ୍ଡ ଟସ୍ ଜିତି ଫିଲ୍ଡିଂ ନିଷ୍ପତି ନେଇଥିଲା । ହେଲେ ଏହାର ଫଳ ଓଲଟା ହୋଇଥିଲା । କାରଣ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନମାନେ ଚମକôାର ବ୍ୟାଟିଂ କରି ବିଶାଳ ସ୍କୋର ଛିଡା କରାଇ ଥିଲେ । କ୍ୱିଣ୍ଟନ କକ୍ ଓ ଭାନ ଡର ଡୁସେଁଙ୍କ ଶତକ ଓ ଡେଭିଡ ମିଲରଙ୍କ ଅର୍ଦ୍ଧଶତକ ବଳରେ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୪ ଓି୍ୱକେଟ ହରାଇ ୩୫୭ ରନ କରିଥିଲେ । ଡି କକ୍ ୧୧୬ ବଲରୁ ୧୦ଟି ଚୌକା ଓ ୩ଟି ଛକା ସହ ୧୧୪ ରନ୍ କରିଥିଲେ । ଡୁସେଁ ୧୦୮ ବଲରୁ ୯ଟି ଚୌକା ଓ ୫ଟି ଛକା ସହ ୧୩୩ ରନ କରିଥିଲେ । ମିଲର ୩୦ଟି ବଲରୁ ୨ଟି ଚୌକା ଓ ୪ଟି ଛକା ସହ ୫୩ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟେମ୍ବା ବଭୁମା ୨୮ ରନ୍ , ହେନରିକ୍ କ୍ଲାସେନ ଅପରାଜିତ ୧୫ ଓ ଏଡେନ ମାର୍କରାମ ଅପରାଜିତ ୬ ରନ୍ କରିଥିଲେ ।
ନୁ୍ୟଜିଲ୍ୟାଣ୍ଡ ପକ୍ଷରୁ ଟିମ ସାଉଦି ୨ଟି, ଟ୍ରେଣ୍ଟ ବୋଲ୍ଟ ଓ ଜିମ୍ମି ନୀଶମ ଗୋଟିଏ ଲେଖାଏଁ ଓି୍ୱକେଟ ନେଇଥିଲେ । ଜବାବରେ ଦକ୍ଷିଣ ଆଫ୍ରିକୀୟ ବୋଲରଙ୍କ ଘାତକ ବୋଲିଂରେ କିୱି ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ମାତ୍ର ୮ ରନରେ ପ୍ରଥମ ଓି୍ୱକେଟ ପଡିବା ପରେ ନିୟମିତ ବ୍ୟବଧାନରେ ଓି୍ୱକେଟର ପତନ ହେବାରୁ ତାସ ପତା ଭଳି ଖସିପଡିଥିଲା ନୁ୍ୟଜିଲ୍ୟାଣ୍ଡ ଦଳ । କେବଳ ଗ୍ଲେନ ଫିଲିପ୍ସଙ୍କ ୫୦ ବଲରୁ ୬୦ ରନ୍ , ୱିଲ ୟଙ୍ଗଙ୍କ ୩୩ ଓ ମିଚେଲଙ୍କ ୨୪ ରନ୍କୁ ଛାଡିଦେଲେ ଆଉ ୮ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁପାରିନଥିଲେ । ଫଳରେ ୩୫ ଓଭର ଏବଂ ୩ଟି ବଲରେ କିୱି ଦଳ୧୬୭ ରନରେ ଅଲଆଉଟ୍ ହୋଇଥିଲା । ଏଥି ସହ ଦକ୍ଷିଣ ଆଫ୍ରିକା ୧୯୦ ରନରେ ସହଜରେ ମ୍ୟାଚ ଜିତି ନେଇଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ କେଶବ ମହାରାଜ ୪ଟି, ମାର୍କୋ ଜାନସେନ ୩ଟି, ଗେରାଲ୍ଡ କୋଏତଜୀ ୨ଟି ଓ କାଗିସୋ ରବାଡା ଗୋଟିଏ ଓି୍ୱକେଟ ନେଇଥିଲେ । ଭାନ ଡର ଡୁସେଁ ତାଙ୍କ ବିସ୍ଫୋରକ ପାଳି ପାଇଁ ପ୍ଲେୟର ଅଫ୍ ଦ ମ୍ୟାଚ ବିବେଚିତ ହୋଇଥିଲେ ।