ଭିଟାମିନ୍‌ D3 ଖାଉଥିଲେ ସାବଧାନ।

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭିଟାମିନ୍‌ D3 ଖାଉଥିଲେ ସାବଧାନ। କ୍ୱାଲିଟି ଟେଷ୍ଟରେ ଫେଲ୍‌ ମାରିଛି ଏହି ମେଡିସିନ୍‌। କେବଳ ଭିଟାମିନ୍‌ D3 ନୁହେଁ କ୍ୟାଲସିୟମ ୫୦୦, କଫ୍‌ସିରପ, ମଲ୍ଟିଭିଟାମିନ୍‌, ଆଣ୍ଟି ଆଲର୍ଜି ସମେତ ୪୯ଟି ଔଷଧ କ୍ୱାଲିଟି ଟେଷ୍ଟରେ ବିଫଳ ହୋଇଛି। ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ (ସିଡିଏସସିଓ)ର ସେପ୍ଟେମ୍ବର ମାସ ପାଇଁ ମାସିକ ରିପୋର୍ଟ ପ୍ରକାଶ କରିଛି। ଯାହାକି ୪୯ଟି ଔଷଧକୁ ଚିହ୍ନଟ କରିଛି। ସମୁଦାୟ ୩୦୦ ଔଷଧ ନମୁନ‌ା ମଧ୍ୟରୁ ଆବଶ୍ୟକୀୟ ଗୁଣାତ୍ମକ ମାନ ପୂରଣ କରୁନଥିବା ମଧ୍ୟରେ ୪୯ଟି ମିଳିଛି।

କେବଳ ସେତିକି ନୁହେଁ, ନକଲି କମ୍ପାନି ଦ୍ୱାରା ନିର୍ମିତ ଚାରିଟି ଔଷଧ ଉପରେ ମଧ୍ୟ ସିଡିଏସସିଓ ପ୍ରତିବନ୍ଧକ ଲଗାଇଛି।  ସବୁଠୁ ଚିନ୍ତାର ବିଷୟ ଯେ, ସାଧାରଣତଃ ଡାକ୍ତରମାନେ ଯେଉଁ ସବୁ ମେଡିସିନକୁ ସମାନ୍ୟ ରୋଗୀ ପାଇଁ ଲେଖିଥାନ୍ତି ସେହି ସବୁ ଔଷଧ ମଧ୍ୟ CDSCO ଗୁଣବତ୍ତା ପରୀକ୍ଷାରେ ଫେଲ୍ ମାରିଛି। ଏଥିସହିତ ପାରାସିଟାମୋଲ କ୍ରମାଗତ ଦ୍ୱିତୀୟ ମାସର କ୍ୱାଲିଟି ଟେଷ୍ଟରେ ମଧ୍ୟ ପାସ୍‌ କରିପାରି ନାହିଁ।

CDSCO ଜାରି କରିଥିବା ସେପ୍ଟେମ୍ବରର ତାଲିକାରେ ଓମାରିନ୍ ଡି କ୍ୟାପସୁଲ୍, ନିମୁସୁଲାଇଡ୍ + ପାରାସିଟାମଲ୍, କ୍ୟାଲସିୟମ୍ ୫୦୦ ଭିଟାମିନ୍ D3, ପାଣ୍ଟୋପ୍ରାଜୋଲ୍, ପାରାସିଟାମୋଲ୍ ପେଡିଆଟ୍ରିକ୍ ଓରାଲ୍ ସସପେନ୍ସନ୍, ଏସିକ୍କ୍ଲୋଫେନାକ୍, ସେଟ୍ରିଜିନ୍‌ ସିରପ୍ ଇତ୍ୟାଦି ଔଷଧ ସାମିଲ ଅଛି। ଲୋକମାନେ ସାଧାରଣତ ଗ୍ୟାଷ୍ଟ୍ରିକ୍, ଜ୍ୱର, କାଶ ଏବଂ ଯନ୍ତ୍ରଣାରୁ ମୁକ୍ତି ପାଇଁ ଏହି ଓଷଧ ବ୍ୟବହାର କରନ୍ତି। ଏହି ତାଲିକାରେ ସମୁଦାୟ ୪୯ଟି ଔଷଧ ଅଛି ଯାହା ଗୁଣାତ୍ମକ ଯାଞ୍ଚରେ ବିଫଳ ହୋଇଛି। ପରୀକ୍ଷାରେ ଫେଲ୍‌ ହୋଇଥିବା ଉତ୍ପାଦରେ ହିନ୍ଦୁସ୍ତାନ ଆଣ୍ଟିବାୟୋଟିକ୍ସର ମେଟ୍ରୋନିଡାଜୋଲ୍ ଟ୍ୟାବଲେଟ୍, ରେନ୍‌ବୋ ଲାଇଫ୍‌ ସାଇନ୍ସର ଡୋମେରିଡୋନ୍ ଟାବଲେଟ୍ ଏବଂ ପୁଷ୍କର ଫାର୍ମାର ଅକ୍ସିଟୋସିନ୍ ଇଞ୍ଜେକ୍ସନ୍ ଅନ୍ତର୍ଭୁକ୍ତ ଥିଲା।

Leave A Reply

Your email address will not be published.