ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଇଙ୍ଗପୁର ସହରସ୍ତ ବନ୍ଯା ସହାୟତା କେନ୍ଦ୍ରରେ ଲୋକମାନଙ୍କୁ ସେବା କାର୍ଯ୍ଯକ୍ରମ | ବାତ୍ଯା ‘ଦାନା’ ର ପ୍ରଭାବରେ ସାରା ଓଡିଶା ରେ ହଇଚଇ ଦେଖାଯାଇଛି | ରାଇରଙ୍ଗପୁର ସହର ମଧ୍ଯ ଏଥିରୁ ବାଦ ପଡିନାହିଁ |
କାହାର କଚ୍ଚାଘର , ପୁଣି କାହାର ଛଣଚାଳଘର ଅବା କିଏ ବେସାହାରା ଲୋକମାନଙ୍କୁ ରାଇରଙ୍ଗପୁର ମ୍ଯୁନିସିପାଲିଟି ଅଧ୍ଯକ୍ଷଉପାଧ୍ଯକ୍ଷ ଏବଂ କାର୍ଯ୍ଯ ନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶରେ ପୁରୁଣାଘାଟୀସ୍ତ ରାଇରଙ୍ଗପୁର କଲେଜ, ପିସିଏମ୍ କଲ୍ଯାଣ ମଣ୍ଡପ, ଅଳଁଡୁବା ବାଦାମବାଇ ସରକାରୀ ୟୁପି ସ୍କୁଲ, ମନ୍ଦିରସାହି ପ୍ରାଥମିକ ବିଦ୍ଯାଳୟ ତଥା ଅନ୍ଯାନ୍ଯ ସହାୟତା କେନ୍ଦ୍ରରେ ସେମାନଙ୍କୁ ରଖି ସେବାସୁଶ୍ରୁଷା କରାଯାଇଥିଲା | ଏଥିରେ ରାଇରଙ୍ଗପୁର ମ୍ଯୁନିସିପାଲିଟି ର କର୍ମଚାରୀଗଣ ତନ୍ମୟ କୁମାର ସାହୁ, ମନୋଜ କୁମାର ମଣ୍ଡଳ, କ୍ରିଷ୍ଣା ରାମ, ପ୍ରଦୀପ କୁମାର ଦାସ, ଅମିତ କୁମାର ସେଠୀ, ନେତ୍ରାନନ୍ଦ ଗିରି, ଆଶାକର୍ମୀ ସଂଜୁ ବେହେରା, ଆଶାଲତା ପରିଡା, ବିମଳା ଲୋହାର, ନମିତା ଗିରି, ସଂଯୁକ୍ତା ମହାନ୍ତ, ପ୍ରମିଳା ଟୁଡୁ, ମୀନାକ୍ଷୀ ମହାନ୍ତ, ଚାନ୍ଦମଣି ନାଏକ, ସ୍ବପ୍ନା ମହାନ୍ତ, କବିତା ମଞ୍ଜରୀ ମାଝୀ, ଅଙ୍ଗନବାଡିକର୍ମୀ ମାହି ମାର୍ଣ୍ଡି, ସୁଭଦ୍ରା ବେହେରା, ସ୍ବଚ୍ଚ ସାଥୀ ସୌଦାମିନୀ ତ୍ରିପାଠୀ, ନୀତାରାଣୀ ମହାନ୍ତ, ଶୈଳବାଳା ନାଏକ ଓ ଶର୍ମିଠା ମହାନ୍ତ ପ୍ରମୁଖ ସାହାଯ୍ଯ ଓ ସହଯୋଗ କରିଥିଲେ |
ଅନ୍ତେବାସୀମାନଙ୍କୁ ସକାଳେ ଗୁଡ, ଚୁଡା, ବିସ୍କୁଟ ଓ କଦଳୀ, ସନ୍ଧ୍ଯାରେ ପାଆରୁଟି ଓ ଜାମ୍ ପୁଣି ଦ୍ବିପହର ଓ ରାତ୍ରରେ ଭାତ, ଡାଲମା ଓ ଖଟା ଦିଆଯାଇଥିବାକଥା କର୍ମଚାରୀଗଣ ସୂଚନା ଦେଇଥିଲେ | ଗତ ୨୪ ତାରିଖ ସମସ୍ତ ସହାୟତା କେନ୍ଦ୍ରରେ ୩୦୦ ଜଣ ଲୋକ ପାଖାପାଖି ରହିଥିବା ବେଳେ ୨୫ ତାରିଖରେ ୨୦୦ ଜଣ ପାଖାପାଖି ଲୋକ ରହିଥିଲେ | ସୂଚନାଯୋଗ୍ଯ, ବନ୍ଯାର କରାଳ ଛାୟାରେ, ସେମାନେ ନିଜ ଧନସଂପତ୍ତି, ଆସବାବପତ୍ର ଓ ଲୁଗାପଟାଗୁଡିକୁ ଦେଖିବାପାଇଁ ଘରକୁ ଯାଇଥିଲେ | ପୋଲିସ ପ୍ରଶାସନ ସହାୟତ କେନ୍ଦ୍ରମାନଙ୍କରେ ରହି ଶାନ୍ତିଶୁଙ୍ଖଳା ରକ୍ଷା କରିଥିଲେ | ଏହିପରି ବାମନଘାଟୀ ଉପଖଣ୍ଡର ସମସ୍ତ ବ୍ଲକମାନଙ୍କରେ ମଧ୍ଯ ବନ୍ଯା ସହାୟତା କେନ୍ଦ୍ରମାନଙ୍କରେ ଲୋକମାନଙ୍କୁ ସେବାସୁଶ୍ରୁଷା କରାଯାଇଥିଲା
Comments are closed.